ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୦୮: ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ। ଆଜି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ମାସ ପୁରୀଥିବା ବେଳେ ଏହି ମାମଲାର ଯାଞ୍ଚ କିଏ କରିବ ତାହାକୁ ନେଇ ରହିଥିଲା ସସପେନ୍ସ। ଏବେ ତାହା ଦୂର ହୋଇଛି। ଏହି ମାମଲାର ତଦନ୍ତ କରିନ ବୋଲି ସୁପ୍ରିମ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।