ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୦।୮: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇଛି ବ୍ରେନ୍‌ ସର୍ଜରୀ । ଦିଲ୍ଲୀର ଆର୍ମୀ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା । ପ୍ରଣବଙ୍କ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଥିଲା । ସେମବାର ଅପରାହ୍ନରେ ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ବିଟ୍‌ରେ ପ୍ରଣବ ମୁଖାର୍ଜୀ ଲେଖିଥିଲେ ଯେ, ଏଥର ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଭିନ୍ନ, ମୁଁ କୋଭିଡ୍-୧୯ ପଜିଟିଭ୍ ଥିବା ଆଜି ଜଣାପଡିଛି । ସେ ଆହୁରି ଲେଖିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ କୋଭିଡ୍-୧୯ ପରୀକ୍ଷା କରାଇବା ସହ ନିଜକୁ ଆଇସୋଲେସନରେ ରଖନ୍ତୁ ।