ନୂଆଦିଲ୍ଲୀ,୮।୮: ସରକାରୀ ଟ୍ୟାକ୍ସ ଦେଉଥିବା ମଧ୍ୟବିତ୍ତ ପରିବାରଙ୍କୁ ଏକ ବଡ ଖୁସି ଖବର ଦେବାରେ ମୋଦୀ ସରକାର ଲାଗିଛନ୍ତି । ଏହି ମାମଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କରଦାତାମାନେ ହେଉଛନ୍ତି ରାଷ୍ଟ୍ରର ନିର୍ମାଣକାରୀ । ସେମାନଙ୍କ ପାଇଁ ଚାଟର୍ସ ଅଫ୍ ରାଇଟ୍ସ ଅଣାଯିବ
ଏହା ସହିତ ନିର୍ମତା ସୀତାରମଣ କହିଛନ୍ତି ଯେ ବିଶ୍ୱରେ ବହୁତ କମ୍ ଦେଶ ରହିଛି , ଯେଉଁଠାରେ କରଦାତାମାନଙ୍କ ପାଇଁ ଚାର୍ଟର ଅଫ୍ ରାଇଟ୍ସ ରହିଛି । ଏଥିରେ ଅଷ୍ଟ୍ରେଲିଆ ବ୍ରିଟେନ ଓ ଆମେରିକା ସାମିଲ ହୋଇ ରହିଛି । ଏହି ଚାର୍ଟର ଅଫ୍ ରାଇଟ୍ସରେ ଟିକସଦାତାଙ୍କ ଦାୟିତ୍ୱ ଓ ଅଧିକାର ବିଷୟରେ ଉଲ୍ଲେଖ ରହିବ । ଟିକସଦାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରୟାସ ଆରମ୍ଭ ହେବ ।
ତେବେ ବଜେଟରେ ମଧ୍ୟ ଟିକସଦାତାଙ୍କ ଚାର୍ଟର ବିଷୟରେ ଘୋଷଣା କରାଯାଇଛି । ଏହା ଆଇନଗତ ମାନ୍ୟତା ମିଳିବା ସହ ନାଗରିକମାନଙ୍କୁ ଆୟକର ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇଦିଆଯିବ । ଏଥିରେୁ ଟିକସଦାତାମାନେ କିଛି ନୂଆ ଅଧିକାର ପାଇପାରିବେ ।