ଦେଶର ନୂଆ CAG ହେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୦୬।୦୮: ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହୋଇଛନ୍ତି । ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ୧୯୮୫ ବ୍ୟାଚ ଆଇଏଏସ ଅଫିସର ଶ୍ରୀ ମୁର୍ମୁ ଗତକାଲି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ଏହା ପରେ ଗିରୀଶଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇ ଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।