ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ୍ ଚିହ୍ନଟ

ଚେନ୍ନାଇ, ୦୨|୦୮: ତାମିଲନାଡୁ ରାଜ୍ୟପାଳ ବନୱରିଲାଲ୍ ପୁରୋହିତ କରୋନା ପଜିଟିଭ୍ ଚିହ୍ନଟ । ରବିବାର ସେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ସଂକ୍ରମିତ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । କାବେରୀ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ତାଙ୍କର ଯା଼ଞ୍ଚ କରୁଛନ୍ତି ।

ହସ୍ପିଟାଲ ଦ୍ୱାରା ଜାରୀ ବୁଲେଟିନରେ କୁହାଯାଇଛି ଯେ, ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । କିନ୍ତୁ ସଂକ୍ରମିତ ହେବା ପରେ ତାଙ୍କୁ ପୃଥକ ଭାବେ ରଖାଯାଇଛି । ହସ୍ପିଟାଲର ମେଡିକାଲ ଟିମ୍ ତାଙ୍କର ନିୟମିତ ଭାବେ ତଦାରଖ କରୁଛନ୍ତି ।

ସୂଚନାଯୋଗ୍ୟ, ତାମିଲନାଡୁ ଦେଶରେ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ହିଁ ୧ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି ।