କୁଏତ,୩୧।୭: କରୋନା ସଙ୍କଟ ଯୋଗୁ କୁଏତରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନରୁ କୁଏତ ସରକାର ନିଜ ଦେଶରେ ଯାତ୍ରା ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। କିନ୍ତୁ କିଛି ଦେଶର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ସେଥିମଧ୍ୟରେ ଭାରତର ଲୋକ ମଧ୍ୟ ସାମିଲ ରହିଛନ୍ତି। ଅର୍ଥାତ୍ ଭାରତୀୟ ନାଗରିକ କୁଏତରେ ପ୍ରବେଶ କରିପାରିବେ ନାହିଁ।
କୁଏତ ସରକାର ଗୁରୁବାର ସକାଳେ ଘୋଷଣା କରିଥିଲେ ଯେ, ଭାରତ, ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଇରାନ ଓ ଫିଲିପାଇନ୍ସର ଲୋକଙ୍କୁ ଛାଡି ଅନ୍ୟ ଦେଶର ରହୁଥିବା କୁଏତ ନାଗରିକ ଓ ପ୍ରବାସୀ ୦୧ ଅଗଷ୍ଟରୁ ଆସିପାରନ୍ତି।
କୁଏତ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସେଠାରେ କାମ କରୁଥିବା ୮ ଲକ୍ଷ ଭାରତୀୟ ନାଗରିକଙ୍କୁ ଲାଗିଛି ବଡ ଝଟକା। କୁହାଯାଉଛି ଯେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରଶାସନିକ ସ୍ତରରେ ମାମଲାକୁ ସମାଧାନ କରିବାର ଚେଷ୍ଟା କରୁଛନ୍ତି। ଆରବ ନ୍ୟୁଜ ରିପୋର୍ଟ ଅନୁସାରେ, ଇଣ୍ଡିଆ କମ୍ୟୁନିଷ୍ଟ ସର୍ପୋଟ ଗ୍ରୁପର ଅଧ୍ୟକ୍ଷ ରାଜପାଲ ତ୍ୟାଗି କହିଛନ୍ତି, ଏହି ନିଷ୍ପତ୍ତି ଦ୍ବାରା ମହାମାରୀ କାରଣରୁ ଭାରତରେ ଫଶି ରହିଥିବା ହଜାର ହଜାର ଲୋକଙ୍କ ଚାକିରିର କ୍ଷତି ହୋଇପାରେ।
କୁଏତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ୧ ଅଗଷ୍ଟରୁ ଗତ ସାଢେ ୩ ମାସ ଧରି ବନ୍ଦ ପଡିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ପୁଣିଥରେ ଆରମ୍ଭ କରିଦେବେ। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରଣାଳୟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କୁଏତର ନ୍ୟାସନାଲ ଆସେମ୍ବଲିର ଆଇନ ଏବଂ ବିଧାନ ସମିତି ପ୍ରବାସୀ କୋଟା ବିଲ୍ ପ୍ରସ୍ତୁତ କରିବାକୁ ଅନୁମତି ଦେଇଥିଲା। ଏହା ଅନୁସାରେ ବିଦେଶରୁ ଆସି କୁଏତରେ କାମ କରୁତିବା ଲୋକଙ୍କ ସଂଖ୍ୟା ସୀମିତ କରାଯିବ।