ଚୀନରେ ଆଉ ଏକ ନୂଆ ଭୂତାଣୁ ନେଇପାରେ ମହାମାରୀ ରୂପ !

ନୂଆଦିଲ୍ଲୀ : ଚୀନରୁ ଉତ୍ପତ୍ତି କରୋନା ଭାଇରସ ବିଶ୍ୱ ରେ ଆତଙ୍କ ସୃଷ୍ଟି କରୁଥିବା ବେଳେ। ପାଞ୍ଚ ଲକ୍ଷରୁ ଅଧିକ ଜୀବନ ଗଲାଣି। ବିଶ୍ୱ କରୋନା ସହ ସଂଗ୍ରାମ କରୁଥିବା ବେଳେ ଚୀନରେ ଆଉ ଏକ ନୂଆ ଭୂତାଣୁ ଆବିଷ୍କାର ହୋଇଛି। ଯାହା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଆଶଙ୍କା ଚିହ୍ନଟ ନୂଆ ଭୂତାଣୁ ମହାମାରୀ ରୂପ ନେଇପାରେ। ଏହି ଭୂତାଣୁ ଘୁଷୁରି ମାନଙ୍କ ଠାରେ ଦେଖିବାକୁ ମିଳିଥିଲେ ହେଁ ଏହା ମଣିଷକୁ ସଂକ୍ରମିତ କରିପାରେ। କରୋନା ପରି ମଣିଷଠାରୁ ମଣିଷକୁ ସଂକ୍ରମିତ ହୋଇ ଏହି ଭାଇରସ ବ୍ୟାପୀ ପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ଆମେରିକାର ଜର୍ନାଲ୍ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୦୯ରେ ଚିହ୍ନଟ ହୋଇଥିବା ଏହି ନୂଆ ଭୂତାଣୁ ସ୍ୱାଇନ୍ ଫ୍ଲୁ ଭୂତାଣୁ ସହିତ ସମାନ। ସେଟିପାଇଁ ଏହାର ନାମ ନାମ ଏ/ଏଚ-୧ ଏନ-୧ ପିଜିଏମ ୦୯ ଥିଲା। ଏହାକୁ ଏବେ ଜି୪-ଇଏ ଏଚ-୧ ଏନ-୧ ଭାବରେ ନାମିତ କରାଯାଇଛି।

ଘୁଷୁରିରେ ପ୍ରଚଳିତ ଜି୪-ଇଏ ଏଚ-୧ ଏନ-୧ ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି। ଏହାଛଡା ଘୁଷୁରି ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛନ୍ତି। ସେମାନଙ୍କ ମତ ଏହି ଭୂତାଣୁ ମାନବ ସ୍ୱାସ୍ଥ୍ୟ ପାଇଁ ତୁରନ୍ତ ବିପଦ ସୃଷ୍ଟି କରିବ ନାହିଁ। କିନ୍ତୁ ଏହା ଶ୍ୱାସକ୍ରିୟା ଜରିଆରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରିବ। ଚୀନର ଘୁଷୁରି ଶିଳ୍ପାଞ୍ଚଳରେ ସଂକ୍ରମଣର ପ୍ରମାଣ ମିଳିଥିବାରୁ ଏବେଠାରୁ ଏଥପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।