ନୂଆଦିଲ୍ଲୀ : ଲଦାକ ଗଲଓ୍ୱାନ ଘାଟିରେ ଚୀନ-ଭାରତ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଚୀନ ବିରୋଧୀ ସ୍ୱର ଶାଣିତ ହୋଇଛି। ଏଣିକି ଚୀନ ନାଗରିକଙ୍କୁ ଦିଲ୍ଲୀର ହୋଟେଲ ଓ ଗେଷ୍ଟ ହାଉସରେ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କନଫେଡେରେସନ ଅଫ୍ ଅଲଇଣ୍ଡିଆ ଟ୍ରେଡସ୍ ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଥିଲା। ସେଥିପାଇଁ ଦିଲ୍ଲୀ ହୋଟେଲ ଆଣ୍ଡ୍ ଗେଷ୍ଟ-ହାଉସ୍ ଓନର୍ସ ଆସୋସିଏନ ପକ୍ଷରୁ ଘୋଷଣା କରାଯାଇଛି ଚୀନର ପ୍ରକୃତି ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଦିଲ୍ଲୀରେ ପ୍ରାୟ ୩୦୦୦ ହୋଟେଲ ଓ ଗେଷ୍ଟ-ହାଉସ ଅଛି। ଏଥିରେ ରହିଛି ପାଖାପାଖି ୭୫ ହଜାର ରୁମ୍। ଦିଲ୍ଲୀ ହୋଟେଲ ଆଣ୍ଡ । ଗେଷ୍ଟ-ହାଉସ ଓନର୍ସ ଆସୋସିଏସନ ମହାମନ୍ତ୍ରୀ ମହେନ୍ଦ୍ର ଗୁପ୍ତା କହିଛନ୍ତି ଚୀନ ହିଂସ୍ର ଆଚରଣ କରି ୨୦ ଭାରତୀୟ ବୀର ଯବାନଙ୍କୁ ହତ୍ୟା କରିଛି। ସେଥିପାଇଁ ଦିଲ୍ଲୀର ସମସ୍ତ ହୋଟେଲ ବ୍ୟବସାୟୀ କ୍ରୋଧିତ ହୋଇଛନ୍ତି।