ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି

ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ଆଧାର ସହ ପାନ୍ ସଂଯୋଗ ସମୟ ସୀମା ମଧ୍ୟ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ଏକ ବିଜ୍ଞପ୍ତି ଏହି ସୂଚନା ଦିଆଯାଇଛି।