ନୂଆଦିଲ୍ଲୀ : ଶୁକ୍ରବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୀନ ସେନା ଭାରତର କୌଣସି ଅଞ୍ଚଳ ଅଧିକାର କରିନାହାନ୍ତି କିମ୍ବା କୌଣସି ପୋଷ୍ଟକୁ କବଜା କରିନାହାନ୍ତି। ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଥିଲେ ମଧ୍ୟ ସେମାନେ ଚୀନ ସୈନିକମାନଙ୍କୁ ଉଚିତ ଶିକ୍ଷା ଦେଇଯାଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଏବେ ସୁଦ୍ଧା ଯେଉଁମାନଙ୍କୁ କେହି ପ୍ରଶ୍ନ କରୁନଥିଲେ ବା ଅଟକାଉନଥିଲେ ସେମାନଙ୍କୁ ଆମ ଯବାନମାନେ ଅଟକାଉଛନ୍ତି। ଗତ କିଛିବର୍ଷ ହେଲା ସରକାର ସୀମାରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ସମ୍ପ୍ରତି ବିକଶିତ ଭିତ୍ତିଭୂମି ମାଧ୍ୟମରେ LAC ରେ ପାଟ୍ରୋଲିଂ କ୍ଷମତା ମଧ୍ୟ ବୃଦ୍ଧି ପାଇଛି | ଆମେ LAC ର ବିକାଶ ବିଷୟରେ ଅଧିକ ଅବଗତ ଅଟୁ ଏବଂ ଭଲ ଭାବରେ ନଜର ରଖିବା ଏବଂ ପ୍ରତିକ୍ରିୟା କରିବାକୁ ସକ୍ଷମ । ଏହା ଫଳରେ ପୂର୍ବରୁ ଯେଉଁ ଅଞ୍ଚଳଗୁଡ଼ିକରେ ପ୍ରହରା ଦେଇହେଉନଥିଲା, ଏବେ ଯବାନମାନେ ପ୍ରହରା ଦେଉଛନ୍ତି। ତିନି ସେନାର ଅବଶ୍ୟକତା ପୂରଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯାଉଛି ବୋଲି ସେ କହିଛନ୍ତି। ଦେଶର ସୁରକ୍ଷା କରିବାକୁ ଯାହା କରିବା ଆବଶ୍ୟକ ଭାରତୀୟ ସେନା ତାହା କରୁଛି। ଭାରତର ଏକ ଇଞ୍ଚ ଜମି କେହି ନେଇ ପାରିବେ ନାହିଁ। ଭାରତୀୟ ସେନା ଦେଶର ସୀମା ରକ୍ଷା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ କହିଛନ୍ତି। (ଏଜେନ୍ସି)