ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ।

ନୂଆଦିଲ୍ଲୀ : ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିଚାଲିଛି। ଶୁକ୍ରବାର ପେଟ୍ରୋଲର ଲିଟର ପିଛା ୫୬ ପିଇସା ଓ ଡିଜେଲ ୬୩ ପଇସା ବଢ଼ିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ୭୮.୩୭ ଟଙ୍କା ଓ ଡିଜେଲ ୭୭.୦୬ ଟଙ୍କାରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮ଟଙ୍କା ୯୧ ପଇସା ଓ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ହୋଇଛି। ବେଙ୍ଗାଲୁରୁରେ ପେଟ୍ରୋଲର ଲିଟର ପିଛର ୫୮ ପିଇସା ଓ ଡିଜେଲର ଲିଟର ୬୦ ପଇସା ବୃଦ୍ଧି ହେବା ପରେ ପେଟ୍ରୋଲର ଲିଟର ୮୦.୯୧ ଟଙ୍କା ଓ ଡିଜେଲ ଦର ୭୩.୨୮ ଟଙ୍କା ହୋଇଛି। ଜୁନ୍ ୭ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଚାଲିଥିବାରୁ ଇତି ମଧ୍ୟରେ ପେଟ୍ରୋଲ ୬.୫୧ ଟଙ୍କା ଓ ଡିଜେଲ ୭.୦୭ ଟଙ୍କା ମହଙ୍ଗା ହୋଇଛି।