୪ ଜିଲ୍ଲା ଜୁନ୍ ୩୦ ପର୍ଯ୍ୟନ୍ତ ସଟଡାଉନ୍ |

ଚେନ୍ନାଇ ୧୫/୦୬ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୪ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି। ଜୁନ୍ ୧୯ରୁ ୩୦ ପର୍ଯ୍ୟନ୍ତ ଚେନ୍ନାଇ, ଚେଙ୍ଗଲପଟ୍ଟୁ, ଥୀରୁଭଲ୍ଲୁର ଓ କାଞ୍ଚିପୁରମରେ ସଟଡାଉନ୍ କଟକଣା ଜାରି ରହିବ। ଏହି ସମୟରେ ସ୍ୱାସ୍ଥ୍ୟ ସେବାକୁ କଟକଣାମୁକ୍ତ କରାଯାଇଥିବା ବେଳେ ବିମାନ ଓ ଟ୍ରେନ ସେବା ନିୟମ ଚାଲିବ। କିନ୍ତୁ କ୍ୟାବ ଓ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲାଗିଛି। ଜରୁରୀ ସାମଗ୍ରୀ କିଣିବାକୁ ଗଲେ ବାଇକ୍ କିମ୍ୱା ସ୍କୁଟି ବ୍ୟବହାର ନକରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ଏହାଛଡା ସରକାରୀ ଅଫିସ ଖୋଲା ରହିବ। ୩୩ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। କଣ୍ଟେନମେଣ୍ଟ ଜୋନରେ ଥିବା କର୍ମଚାରୀ ଅଫିସ ଆସିବେନି। ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଗ୍ରୋସରୀ ଓ ପରିବା ଦୋକାନ ଖୋଲା ରହିବ। (ଏଜେନ୍ସି)