ମୁମ୍ବାଇ : ଲକଡାଉନ ସମୟରେ ବାହାଘର। ବ୍ୟାଣ୍ଡ ବାଜାଇ ବରଯାତ୍ରୀଙ୍କ କନ୍ୟା ଘରକୁ ଯିବା ମହଙ୍ଗା ପଡିଛି। ଲକଡାଉନ ନିୟମ ଉଲଂଘନ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିବା ସହିତ ବର ସମେତ ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ମୁମ୍ବାଇରେ ଘଟିଥିବା ଜଣାପଡିଛି।
ଖବର ଅନୁଯାୟୀ ପୋଲିସ ଠାରୁ ଅନୁମତି ନନେଇ ବାହାଘର ଆୟୋଜନ କରିଥିଲେ ପରିବାର। ମାଲବାଣୀ ଗେଟ ନମ୍ବର ୮ରୁ ବାହାରି ଥିଲେ ବରଯାତ୍ରୀ। କରୋନା କଟକଣା ପ୍ରତି କେହି ସଚେତନ ନଥିଲେ। ସାମାଜିକ ଦୂରତା ପାଳନ କରାଯାଇନଥିଲା। ମୁହଁରେ ନଥିଲା କାହାରି ମାସ୍କ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପୋଲିସ ବର ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବର ସମେତ ୯ ଜଣଙ୍କୁ ଗିରଫ ହୋଇଥିଲେ। ବରଯାତ୍ରୀରେ ସାମିଲ ହୋଇଥିବା କାର ଓ ବ୍ୟାଣ୍ଡ ପାର୍ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।