ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ।

ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଉଭୟଙ୍କୁ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ଯନ୍ତ୍ରଣା ହେବାରୁ ଜ୍ୟୋତିରାଦିତ୍ୟଙ୍କର କରୋନା ପରୀକ୍ଷଣ କରାଯାଇଥିଲା, ତାଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଥିଲା । ଏହପରେ ତାଙ୍କ ମାଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା ତାଙ୍କ ମା ମଧ୍ୟ ପଜିଟିଭ୍ ଥିବା ଜଣାପଡିଥିଲା । ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିରଥିବା ଜଣାପଡିଛି । ତେବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା କିପରି ସଂକ୍ରମିତ ହେଲେ ତାହା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ।