ପଙ୍ଗପାଳ କୁ ମାରିବ ବାୟୁସେନା ।

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ଦଳ ଦଳ ପଙ୍ଗପାଳ ଚାଷୀଙ୍କ ନିଦ ହଜାଇ ଦେଇଛି । ବ୍ୟାପକ ଫସଲ ଖାଇ ନଷ୍ଟ କରିଦେଉଥିବାରୁ ତା’ର ପ୍ରତିକାର ପାଇଁ ଅଣ୍ଟା ଭିଡିଛି ବାୟୁସେନା । ପଙ୍ଗପାଳର ବିପଦକୁ ମୁକାବିଲା କରିବା ପାଇଁ ଏବେ ଭାରତୀୟ ବାୟୁସେନା ହେଲିକପ୍ଟର ନିୟୋଜିତ ହେବ । ପଙ୍ଗପାଳର ମୁକାବିଲା ପାଇଁ କୃଷି ମନ୍ତ୍ରଣାଳୟ ଉଚ୍ଚ ଶକ୍ତି ସ୍ପ୍ରେ ଉପକରଣ ଆମଦାନୀ କରୁଛି । ପଙ୍ଗପାଳ ଦଳରେ ସ୍ପ୍ରେ କରିବା ପାଇଁ ଭାରତୀୟ ବାୟୁସେନାର ପାଞ୍ଚଟି ହେଲିକପ୍ଟର ନିୟୋଜିତ କରାଯିବ।

ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପଙ୍ଗପାଳକୁ ନିପାତ କରିବା ପାଇଁ ଭାରତୀୟ ବାୟୁସେନାର ପାଞ୍ଚଟି ହେଲିକପ୍ଟର ଲଗାଯିବ । ୟୁରୋପୀୟ ୟୁନିଅନରୁ ଏକ ଉଚ୍ଚ ଶକ୍ତି ସ୍ପ୍ରେ ଉପକରଣ ଆମଦାନୀ ହେଉଛି । ବିଭିନ୍ନ ମନ୍ତ୍ରଣାଳୟ, ଆଇଏଏଫ୍, ଆର୍ମି ଆଭିଏସନ୍ କର୍ପସ ଏବଂ ଶିଳ୍ପ ମଧ୍ୟରେ ଘନିଷ୍ଠ ସହଯୋଗରେ 27 ବର୍ଷ ପରେ ସବୁଠାରୁ ଭୟାନକ ପଙ୍ଗପାଳ ଆକ୍ରମଣକୁ ଜିତିବାରେ ସାହାଯ୍ୟ କରିବ ।