ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଞ୍ଚିଛି। ୧,୨୪,୦୯୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ୧,୨୫,୩୮୧ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ୱାସ୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ କରୋନାରେ ୭୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆସାମରେ ୪ ଜଣ, ବିହାରରେ ୩୦ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୪ ଜଣ, ଦିଲ୍ଲୀରେ ୭୬୧ ଜଣ, ଗୁଜରାଟରେ ୧୨୪୯ ଜଣ, ହରିୟାଣାରେ ୨୮ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୪୧ ଜଣ, ଝାଡ଼ଖଣ୍ଡରେ ୭ ଜଣ ଓ କର୍ଣ୍ଣାଟକରେ ମରିଛନ୍ତି ୬୧ ଜଣ। ଏହାଛଡା କେରଳରେ ୧୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୧୨ ଜଣ, ମହାରାଷ୍ଟ୍ରରେ ୩୦୬୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୧ ଜଣ, ରାଜସ୍ଥାନରେ ୨୪୦ ଜଣ, ତାମିଲନାଡୁରେ ୨୬୯ ଜଣ, ତେଲେଙ୍ଗାନାରେ ୧୨୩ ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଉତ୍ତରପ୍ରଦେଶରେ ୨୭୫ ଜଣ ଓ ପଶ୍ଚମବଙ୍ଗରେ ୩୯୬ ଜଣ ମୃତ୍ୟୁବରଣ କରିଛନ୍ତି।
ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ୪୭୦୮ ଆକ୍ରାନ୍ତ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ୫୧, ଆସାମ ୨୫୬୫, ବିହାର ୫୦୮୮, ଚଣ୍ଡିଗଡ଼ ୩୧୪, ଛତିଶଗଡ଼ ୧୦୭୩, ଦାଦର ନଗର ହାୱେଲି ୨୦ ଜଣ, ଦିଲ୍ଲୀ ୨୭୬୫୪, ଗୋଆ ୩୦୦, ଗୁଜରାଟ ୨୦୦୭୦, ହରିୟାଣା ୪୪୪୮, ହିମାଚଳ ପ୍ରଦେଶ ୪୧୩, ଜମ୍ମୁ ଓ କଶ୍ମୀର ୪୦୮୭, ଝାଡ଼ଖଣ୍ଡ ୧୦୯୯, କର୍ଣ୍ଣାଟକ ୫୪୫୨, କେରଳ ୧୯୧୪, ଲଦାଖ ୧୦୩, ମଧ୍ୟପ୍ରଦେଶ ୯୪୦୧, ମହାରାଷ୍ଟ୍ର ୮୫୯୭୫, ମଣିପୁର ୧୭୨, ମେଘାଳୟ ୩୬, ମିଜୋରାମ ୩୪, ନାଗାଲାଣ୍ଡ ୧୧୮, ଓଡ଼ିଶା ୨୮୫୬, ପୁଦ୍ଦୁଚେରୀ ୯୯, ପଞ୍ଜାବ ୨୬୦୮, ରାଜସ୍ଥାନ ୧୦୫୯୯, ସିକିମ୍ ୭, ତାମିଲନାଡୁ ୩୧୬୬୭, ତେଲେଙ୍ଗାନା ୩୫୮୦, ତ୍ରିପୁରା ୮୦୦, ଉତ୍ତରାଖଣ୍ଡ ୧୩୫୫, ଉତ୍ତରପ୍ରଦେଶ ୧୦୫୩୬ ଓ ପଶ୍ଚିମବଙ୍ଗ ୮୧୮୭ ଜଣ ଆକ୍ରାନ୍ତ ହୋଇଛି।
କରୋନା ଆକ୍ରାନ୍ତ ଦେଶ ତାଲିକାରେ ଭାରତ ବ୍ରିଟେନ ତଳକୁ ୬ନମ୍ବର ସ୍ଥାନରେ ରହିଛି।