ନୂଆଦିଲ୍ଳୀ: ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ଏବେ ଯାତ୍ରୀମାନେ ଅନ୍ୟ ସୂଚନା ସହ ନିଜ ଘର ନମ୍ବର ବି ଦେବେ ପୂର୍ବରୁ ଏଥିପାଇଁ କେବଳ ଟିକେଟ ବୁକିଂ କନଫର୍ମ ହେଲେ ହିଁ ଯାତ୍ରା କରିହେବ ନିୟମ ରହିଥିଲା। ମାତ୍ର ଏବେ ଏଥିରେ କେତେକ ପରିବର୍ତ୍ତନ କରିଛି ରେଳ ବିଭାଗ। ଏବେ ଯାତ୍ରୀଙ୍କୁ ଠିକଣା ସମେତ ଘର ନମ୍ବର, ଗଳି, କଲୋନୀ, ସହର, ତହସିଲ ଓ ଜିଲ୍ଲାର ମଧ୍ୟ ସୂଚନା ଦେବାକୁ ପଡ଼ିବ। ଯାତ୍ରୀଙ୍କୁ ଯିବାକୁ ଥିବା ଷ୍ଟେସନ ସହ ଜଡ଼ିତ ସୂଚନା ମଧ୍ୟ କାଉଣ୍ଟରରେ ବସିଥିବା କ୍ଲର୍କଙ୍କୁ ଦେବାକୁ ପଡ଼ିବ। ଏହି ନୂଆ ସୂଚନା ଦେବା ପାଇଁ ରିଜର୍ଭେସନ କାଉଣ୍ଟର(PRS) ସହ ସଂଲଗ୍ନ ସଫ୍ଟୱେୟାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ରେଲୱେ ସୂଚନା ମୁତାବକ ଯାତ୍ରୀ ଷ୍ଟେସନ କାଉଣ୍ଟରରୁ ଟିକେଟ ବୁକ କରନ୍ତୁ କିମ୍ବା IRCTC ୱେବସାଇଟରୁ କିମ୍ବା ଆପରୁ, ସବୁଥିରେ ଏସବୁ ସୂଚନା ଦେବା ବାଧ୍ୟତାମୂଳକ। କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବିଭାଗ ତରଫରୁ ଏସବୁ ପଦକ୍ଷେପ ନିଆଯାଉଛି। ରେଳ ବିଭାଗର ସୂଚନାନୁସାରେ ଯାତ୍ରୀଙ୍କୁ ଏହି ସୂଚନା ଦେବାକୁ ମାତ୍ର ୭୦ ସେକେଣ୍ଡ ଲାଗିବ।