ଗୁଜୁରାଟ କଂଗ୍ରେସ କୁ ଝଟକା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ।

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସ କୁ ଝଟକା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା । ଆଜି ଆଉ ଜଣେ କଂଗ୍ରେସ ବିଧାୟକଙ୍କର ଇସ୍ତଫା । ଗୁଜୁରାଟରେ ରାଜ୍ୟସଭା ନିର୍ବାଚନର ଘୋଷଣା ପରେ କଂଗ୍ରେସ ବିଧାୟକମାନେ ଇସ୍ଥଫା ଦେବା ଜାରି ରହିଛି । ଏପର୍ଯ୍ୟନ୍ତ 8 ବିଧାୟକ କଂଗ୍ରେସର ହାତ ଛାଡିଦେଇଛନ୍ତି । ଗତ ଦିନରେ ତିନି ବିଧାୟକ ଇସ୍ତଫା ଦେଇଥିଲେ । ଏଥିରୁ କର୍ଜନରୁ ଅକ୍ଷୟ ପଟେଲ, କପରାଡାରୁ ଜିତୁ ଚୌଧୁରୀ ଏବଂ ମୋରବିରୁ ବ୍ରିଜେଶ ମେରଜା ସାମିଲ ଅଛନ୍ତି । ବ୍ରିଜେଶ ମେରଜା ଆଜି ନିଜ ଇସ୍ତଫାପତ୍ର ସ୍ପିକରଙ୍କୁ ହସ୍ତାନ୍ତର କରିଛନ୍ତି । ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ କଂଗ୍ରେସର 5 ବିଧାୟକ ଇସ୍ତଫା ଦେଇଥିଲେ ।