ଚାନ୍ଦପୁର: ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଲା

ଚାନ୍ଦପୁର,୨୩/୦୫(ବିନୁ ଦାସ୍):-ସାମ୍ବାଦିକଙ୍କୁ ଗ‍ାଳି ଗୁଲଜ ସହ ଧମକ ଦେବା ପଡିଲା ମହଙ୍ଗା । ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଚାନ୍ଦପୁର ଥାନାରେ ଏତଲା ଦେଲେ ସାମ୍ଵାଦିକ ଧମକ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୟୁରଝାଲିଆ ଗ୍ରାମର ନଗୁ କଳସାଗତ କାଲି ମୟୁର ଝାଲିଆ ଗ୍ରାମରେ କୋଭିଡ୍ ଟେଷ୍ଟକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ନଗୁ କଳସଙ୍କ ସହ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ରଖିଥିଲେ ଅଟକ।ଖବର ସଂଗ୍ରହ ପାଇଁ ମୟୁର ଝାଲିଆ ଗାଁକୁ ଯାଇଥିଲେ ଗଣ ମାଧ୍ୟମ ପ୍ରତିନିଧୀ ଦଳ ସେହି ସମୟରେ ସାମ୍ବାଦିକ ମାନଙ୍କୁ ନଗୁ କଳସ ଦେଇଥିଲେ ଧମକ ଚମକ ଏପରିକି ସାମ୍ୱାଦିକ ମାନଙ୍କ ବୃତ୍ତି ପ୍ରତି ଖରାପ ଭାଷା କହିବାକୁ ପଛେଇ ନଥିଲେ। ଯାହା ଫଳରେ ସାମ୍ବାଦିକ ମାନଙ୍କ ତରଫରୁ ଚାନ୍ଦପୁର ଥାନାରେ ଏତଲା ଦିଆଯାଇଛି। ଘଟଣା କୁ ଗୁରୁତ୍ୱ ଦେଇ ଚାନ୍ଦପୁର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ୍ ୭୪/୨୦୨୧ ରେ ଏକ ମକଦ୍ଦମା ରୁଜୁ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି। ଚାନ୍ଦପୁର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ୍ କହିଛନ୍ତି କି ସାମ୍ବାଦିକ ମାନଙ୍କୁ ସରକାର କୋଭିଡ ଯୋଦ୍ଧା ମାନ୍ୟତା ଦେବା ସହ ସେମାନେ ବିପଦପୂର୍ଣ୍ଣ ଭାବରେ ନିଜ ଜୀବନକୁ ପାଣି ଛଡେଇ ଖବର ପରିବେଷଣ କରୁଥିବା ବେଳେ ଏଭଳି ଦାୟିତ୍ୱ ହୀନ ମନ୍ତବ୍ୟ ଦେଇଥିବା ନଗୁ କଳସ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି।