ବାତ୍ୟା ୟାସ୍ ଏବଂ କରୋନା ମୁକାବିଲାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଟାଙ୍ଗୀ:୨୩/୦୫ : (ବିନୁ ଦାସ) ଆସୁଛି ବାତ୍ୟା ୟାସ୍ । ଏହି ବାତ୍ୟାକୁ ଚିଲିକା-ବାଣପୁର ଏବଂ ବାଲୁଗାଁ ଅଞ୍ଚଳ ବାସୀ କିଭଳି ସାମ୍ନା କରିବେ , ସ୍ଥାନୀୟ ପ୍ରଶାସନ କିକି’ ପଦକ୍ଷେପ ଗ୍ରହଣ କରିବ , ଏହି ବାତ୍ୟା ୟାସ୍ କୁ କିଭଳି ସାମ୍ନା କରିବ ତା ସହିତ କରୋନା ମୁକାବିଲା ପାଇଁ ଆଉ କି ବନ୍ଦୋବସ୍ତର ଆବଶ୍ୟକତା ରହିଛି ସେନେଇ ଏକ ପ୍ରସ୍ତୁତି ବୈଠକ ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କ ସମେତ ବାଲୁଗାଁ-ବାଣପୁର ଏବଂ ଚିଲିକା ବ୍ଲକ ଓ ତହସିଲ ପ୍ରଶାସନ , ପୋଲିସ ପଦାଧିକାରୀ , ମେଡିକାଲ ଅଧିକାରୀ , ଏନ୍ଏସି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ବିପଦ ଜନକ ସ୍ଥାନରେ ଥିବା ଲୋକ ମାନଙ୍କୁ କିଭଳି ସ୍ଥାନାନ୍ତରିତ ସହିତ ରହିବା ଖାଇବାର କିଭଳି ବନ୍ଦୋବସ୍ତ କରାଯାଇଛି , କରୋନା ଆକ୍ରାନ୍ତଙ୍କ ପାଇଁ ଆଉ କି-ପଦକ୍ଷେପର ଆବଶ୍ୟକତା ରହିଛି ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ଜିଲ୍ଲାପାଳ।

ଏପରିକି ବିରିବାଡି ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଏବଂ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଖୋର୍ଦ୍ଧା ସନତ୍ କୁମାର ମହାନ୍ତି, ଉପଜିଲ୍ଲାପାଳ ଅଶୋକ ବେହୁରିଆ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗ ଅନୁଜ ଦାସ୍ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରମୁଖ ଯୋଗଦେଇ ଥିବାବେଳେ ଚିଲିକା ବ୍ଲକ ବିଡ଼ିଓ ସୁଷମା ବାରିକ,ତହସିଲଦାର ଚିଲିକା ପୁନମ୍ ମହାପାତ୍ର,ଏସ୍ ଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ,ବାଣପୁର ତହସିଲଦାର ମନ୍ମଥ ବେହେରା,ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ,ଥାନାଧିକାରୀ ବାଣପୁର ରଶ୍ମି ରଞ୍ଜନ ସାହୁ,ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ,ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧିକରିଣୀ ଆକୃତି ଗୋୟେଙ୍କା,ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। କେଉଁଭଳି ଭାବରେ ଚିଲିକା ବାଣପୁର ବ୍ଲକ ଅଞ୍ଚଳରେ କୋଭିଡ ସଂକ୍ରମିତ ଗୋଷ୍ଠୀ ସଂକ୍ରମଣ କମାଯାଇପାରିବ ଏବଂ ସମ୍ଭାବ୍ୟ ବାତ୍ୟାକୁ ସୁଚାରୁରୂପେ ସୁରକ୍ଷିତ ଭାବେ ପରିଚାଳନା କରାଯାଇପାରିବ ପ୍ରମୁଖ ଆଲୋଚନା କରିଥିଲେ