ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସେହିପରି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାସହ ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ ବୋଲି ସୂଚନା ମିଳିଛି।୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ଏହାସହ ୨୫ରୁ ପବନର ବେଗ ବଢ଼ିବ। ଉତ୍ତର ଓଡ଼ିଶାରେ ବି ପ୍ରବଳ ବର୍ଷିବ। କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପବନର ବେଗ ଯାହା ରହିଛି ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ଏହାସହ ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ବି ରହିଛି ବୋଲି କହିଲା ପାଣିପାଗ ବିଭାଗ। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ ବୋଲି ସୂଚନା ମିଳିଛି।