ବାଣପୁର,୧୫/୦୫: ଖୋର୍ଦ୍ଧା ଜିଲ୍ଲା ଆଜିର ଦିନରେ କରୋନା ପ୍ରବଣ ଜିଲ୍ଲା ଭାବେ ପରିଚୟ ପାଇଥିବା ବେଳେ ଦାୟୀତ୍ଵ ସମ୍ପର୍ଣ୍ଣ ଅଧିକାରୀଙ୍କ ଅୟସ, ଆଳସ୍ୟ, ଅହଁଭାବ, ପଦଲୋଭ ଆଦି ଏଥିପାଇଁ ଶ୍ରେୟ ଯାଉଛି । ଲକଡାଉନ ବ୍ୟବସ୍ଥା ଅଧିକାରୀଙ୍କୁ ଆରାମ ଦେଉଛି । ପ୍ରାତଃ ସମୟେ ମଧ୍ୟାହ୍ନ ପର୍ଯ୍ୟନ୍ତ ଯାହା ବଜାର ଘାଟ ଗହଳି ହେଉଛି ଏହାଦ୍ବାରା କରୋନା ଗୋଷ୍ଠୀ ସଂକ୍ରମଣକୁ ସୁହାଉଛି । ଏହି ସମୟରେ ପ୍ରଶାସନ ଶୃଙ୍ଖଳିତ ପରିସ୍ଥିତିକୁ ଧ୍ୟାନ ନ ଦେଇ ଜୋରିମାନା ଆଦାୟ ଏକ ସମାଧାନ ନୁହେଁ ଓ ଶୁନଶାନ ସମୟରେ ତତ୍ପରତା ପ୍ରକାଶ କରିବା କିଛି ବଡ ବାହାଦୁରୀ ନୁହେଁ । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହୁଥିବାରୁ ଏହାର ପୂର୍ବାପରଦିନ ଯାହା ଗହଳି ହେଉଛି, ଗୋଷ୍ଠୀ ସଂକ୍ରମଣର ବାହକ ସାଜୁଛି । ଏହି ପ୍ରକାର ସମସ୍ଯାର ନିରାକରଣ ପାଇଁ ପ୍ରଶାସନ ସେବା ମନୋବୃତ୍ତି ସ୍ୱରୂପ ତତ୍ପରତା ପ୍ରକାଶ କରି ଜନ ସାଧାରଣଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧ ପାଇଁ ଭ୍ରାମ୍ୟମାନ ବ୍ୟବସ୍ଥା କରାଗଲେ କିଛି ମାତ୍ରାରେ ଉପକାର ମିଳନ୍ତା । ଟ୍ରେସିଙ୍ଗ, ଟ୍ରାକିଂ, ଟେଷ୍ଟିଙ୍ଗକୁ ଅବହେଳା ନ କରି ତୁରନ୍ତ ଧ୍ୟାନ ଦିଆଗଲେ ଗ୍ଲାସ ହାଉସର ଯୋଜନା ସବୁ ଫଳପ୍ରଦ ହୁଅନ୍ତା । ଆଞ୍ଚଳିକ ସ୍ତରରେ ପ୍ରତିକାର ବା ପ୍ରତିଷେଧକ ମୂଳକ ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ (କେବଳ ଜୋରିମାନା ଆଦାୟ ପ୍ରତି ଅଗ୍ରାଧିକାର ନଦେଇ) ଯୋଜନାବଦ୍ଧ ଭିତିକ କର୍ତ୍ତବ୍ୟ କରିଲେ ସର୍ବସାଧାରଣଙ୍କ ସହିତ ସମାଜ ସୁସ୍ଥ ଓ ସୁରକ୍ଷିତ ରହିବ । ସୂଚନା ମୁତାବକ ବାଣପୁର ବାଲୁଗାଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକା ଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ଦେଉନଥିବା ଭଳି ମନେ ହୁଏ ।