ବାଣପୁର: କରୋନା ନିୟମକୁ ବାଣପୁର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଖୋଲା ଖୋଲି ଉଲଙ୍ଘନ !

ବାଣପୁର,୨୦।୩: ଦେଶରେ କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ ବାରମ୍ବାର ଅପିଲ କରୁଥିବାବେଳେ ବାଣପୁର ଡାକ୍ତରଖାନାର ସ୍ୱାସ୍ଥ୍ୟକର ପରିବେଶ ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଏଠିକାର କର୍ମଚାରୀ ମାନେ କରୋନା ବାହାନାରେ ନିଜ କର୍ମକାର୍ଯ୍ୟ ଅବ୍ୟହତି ପାଉଥିବା ବେଳେ ରୋଗୀମାନଙ୍କୁ ଅବହେଳା କରି ମସଗୁଲର ମଜା ଉଠାଉଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆଜି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ବାଣପୁର ସ୍ୱାସ୍ଥ୍ୟ ଅଧିକାରୀ ଏକ କାର୍ଯ୍ୟକ୍ରମ ରଖିଛନ୍ତି ।ଏହି କାର୍ଯ୍ୟକ୍ରମରେ କରୋନା ନିୟମକୁ ଖୋଲା ଖୋଲି ଉଲଙ୍ଘନ ହେଉଥିବାର ଦେଖିବାକୁ ମିଳୁଛି । ଯଦି ସ୍ୱାସ୍ଥ୍ୟ ଅଧିକାରୀ କୋଭିଡ ମାର୍ଗଦର୍ଶିକା ପାଳନ କରିବେ ନାହିଁ ତେବେ ସେମାନେ କେବଳ କରୋନା ସଂକ୍ରମିତ ହୋଇ ନିଜେ ବିପଦରେ ପଡିବେ ନାହିଁ ବରଂ ଜଣେ ଜଣେ କରୋନା ସୁପରସ୍ପ୍ରେଡର ହେବାନେଇ ଆଲୋଚନା ହେଉଛି । କରୋନା ସମୟରେ ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିତ କରିବା ପୁର୍ବରୁ ସ୍ୱାସ୍ଥ୍ୟ ଅଧିକାରୀ ପ୍ରସ୍ତୁତ ନ ରହିବା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି । ସରକାରୀ ଡାକ୍ତରଖାନାରେ ସ୍ଥାପିତ ସିସି କ୍ୟାମେରାକୁ ଅନୁଧ୍ୟାନ କଲେ ଘଟଣାର ସତ୍ୟାସତ୍ୟ ପ୍ରମାଣ ଉପଲବଧ ହୋଇପାରେ, ହୁଏତ ଏହି ଖବର ସମ୍ପ୍ରସାରଣ ପରେ ଯାନ୍ତ୍ରିକ କୌଶଳକୁ କରାୟତ କରିବା ପାଇଁ ପ୍ରଚେଷ୍ଟା ହେବାର ଯଥେଷ୍ଠ ସମ୍ଭାବନ କୁ ଏଡାଇ ଦିଆଯାଇ ନପାରେ।