ଭୁବନେଶ୍ଵର,ଗୁଣୁପୁର,୨୧/୦୩,(ସିଦ୍ଧାର୍ଥ ଦାଶ)ଗତ ତା ୧୯/୦୩/୨୦୨୧ ରିଖ ରାତି ୯ ଘଣ୍ଟା ସମୟ ରେ ଗୁଣପୁର ର ବିଶ୍ଵବାଣୀ ପତ୍ରିକା ର କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଉଥିବା ସମୟ ରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ରାସ୍ତା ରେ ରୋକି ଟ୍ରାଫିକ ନିୟମ ଭଙ୍ଗ କରୁଛ କାହିଁ କି ବୋଲି ପ୍ରଶ୍ନ କରିଥିଲେ । ପ୍ରତି ଉତ୍ତର ରେ ସାମ୍ବାଦିକ ଜଣକ ମୁଁ ଟ୍ରାଫିକ ନିୟମ ମାନି ହିଁ ଗାଡି ଚଲାଉଛି ବୋଲି କହିଥିଲେ ଏବଂ ସେହି ବ୍ୟକ୍ତି ଙ୍କୁ ନିଜ ପରିଚୟ ଦେବାକୁ କହିଥିଲେ । ଉକ୍ତ ବ୍ୟକ୍ତି ନିଜ ପରିଚୟ ପୋଲିସ ବୋଲି ଦେବା ପାରେ ସାମ୍ବାଦିକ ଜଣକ ସେ ନିଜ ପରିଚୟ ଦେଇ ସାମ୍ବାଦିକ ବୋଲି କହି ତାଙ୍କୁ ପରିଚୟ ପତ୍ର ଦେଖାଇବାକୁ ଅନୁରୋଧ କରିବା ରୁ ଉକ୍ତ ବ୍ୟକ୍ତି ନିଜ ଅଣ୍ଟା ରେ ରଖିଥିବା ଗନ୍ କୁ ଦେଖାଇ ବହୁତ କଥା କହୁଛୁ ଦେଖିଚୁ ତ ଏଇଟା ରେ ଉଡେଇଦେବି ବୋଲି ଧମକ ଦେବାରୁ ସାମ୍ବାଦିକ ସେଠାରୁ ଚାଲିଗଲେ । ପୋଲିସ ବୋଲି ନିଜ ପରିଚୟ ଦେଉଥିବା ଏବଂ ନିଜ ପରିଚୟ ପତ୍ର ନ ଦେଖାଇ ଓଲଟି ଗନ୍ ରେ ଉଡ଼େଇଦେବି ବୋଲି କହୁଥିବା ବ୍ୟକ୍ତି ଜଣକ ସତ ରେ ପୋଲିସ ନା ଅନ୍ୟ କେଉଁ ଦୁର୍ବୁତ୍ତ ବୋଲି ଜାଣିବା ପାଈଁ ସେଠାରୁ ଆସି ଗୁଣପୁର ର ଅନ୍ୟ ସାମ୍ବାଦିକ ମାନଙ୍କୁ ଫୋନ ଯୋଗେ ଜଣା କରିବା ସହ ଗୁଣପୁର ଥାନା ଅଧିକାରୀ ଙ୍କୁ ମଧ୍ୟ କଲ୍ କରିଥିଲେ କିନ୍ତୁ ଦୁଃଖ ର ବିଷୟ ବହୁ ବାର୍ କଲ୍ କରିବା ପରେ ବି ଥାନା ଅଧିକାରୀ କଲ୍ ରିସିଭ୍ କରିଲେ ନାହିଁ ତେଣୁ ସାମ୍ବାଦିକ ଜଣକ ବାଧ୍ୟ ହୋଇ ଉପଖଣ୍ଡ ଥାନା ଅଧିକାରୀ ଶ୍ରୀ ରାଜ୍ କିଶୋର ଦାସ ଙ୍କୁ କଲ୍ କରି ଏହି ବିଷୟ ରେ ଜଣାଇ ଥିଲେ । ଶ୍ରୀ ଦାସ ଏହା ଶୁଣି ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଥାନା ବାବୁଙ୍କୁ ଜଣା କରିବା ପାଇଁ କହିବାପରେ ପରେ ସାମ୍ବାଦିକ ଜଣ ଉକ୍ତ ଲୋକ ମାନେ ଗୁଣୁପୁର ହଳଦିଆ ନାଳ ପାଖରେ ଏକ ହୋଟେଲ ରେ ଖାଉଥିବା ଦେଖି ଥାନା ର ସବ୍ ଈନିସ୍ପେକ୍ଟର୍ ଶ୍ରୀ ରବୀନ୍ଦ୍ର ନାଥ ଗୋୖଡ ଙ୍କୁ କଲ୍ କରିବାରୁ ସେ ଆସି ଉକ୍ତ ସ୍ଥାନରେ ପହଂଚି ଥିଲେ । ପୋଲିସ କୁ ସେଠାରେ ଉପସ୍ଥିତ ଜନସାଧାରଣ ଏବଂ ସାମ୍ବାଦିକ ମାନେ ସେମାନଙ୍କୁ ଥାନା କୁ ନେଇ ଯିବା ନିମନ୍ତେ ଅନୁରୋଧ କରିଥିଲେ ସୁଦ୍ଧା ସେ ବି ସେଠାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ଦ୍ରଷ୍ଟା ରହିଥିଲେ । ସମସ୍ତ ଜନସାଧାରଣ ଓ ପୋଲିସ ବାବୁ ଙ୍କ ଉପସ୍ଥିତି ରେ ସେମାନେ ଦୁଇ ଟି ଗାଡି ଯଥା AP 33 S 4021 ଓ AP 35 AF 4187 ଯୋଗେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଏନେଇ ଥାନା ରେ ସାମ୍ବାଦିକ ଙ୍କ ଦ୍ୱାରା ଏତଲା ଦିଆ ଯାଇଥିଲା ଏବଂ ଏହାର ଅନୁସନ୍ଧାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ଥାନା ଅଧିକାରୀ କୌଣସି ସୂତ୍ର ରୁ ଖବର ପାଇ ପ୍ରକାଶ କଲେ ଯେ ଚମ୍ପଟ ମାରିଥିବା ବ୍ୟକ୍ତି ମାନେ ଆନ୍ଧ୍ର ପ୍ରଦେଶ ର ଗୁମ୍ମା ଲକ୍ଷ୍ମୀପୁର ଥାନା ର ପୋଲିସ ଅଧିକାରୀ । ସେହି ଚମ୍ପଟ ମାରିଥିବା ପୋଲିସ ଅଧିକାରୀ ମାନଙ୍କୁ ଥାନା କୁ ଆଣି ପଚରା ଉଚରା କରିବା ପାଇଁ ଗୁଣୁପୁର ଜନସାଧାରଣ ଓ ସାମ୍ବାଦିକ ଙ୍କ ଦ୍ୱାରା ଅନୁରୋଧ କରିବା ପରେ ରାତି ୦୧:୦୦ ବେଳେ ସେମାନଙ୍କୁ ଫୋନ ଯୋଗେ ଡକାଯାଇଥିଲା । ସେମାନେ ପୋଲିସ ଅଧିକାରୀ ବୋଲି ଜାଣି ଗୁଣୁପୁର ଥାନା ଅଧିକାରୀ ଶ୍ରୀ ମନୋଜ ବେହେରା କମ୍ପରମାଇଜ କରାଇ ନେବାକୁ ସାମ୍ବାଦିକ ଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ସାମ୍ବାଦିକ ଜଣକ ସେ ଦେଇ ଥିବା କେସ୍ ରୁ ରୁଜୁ କରି ରେଜିଷ୍ଟ୍ର କରିବା କୁ କହିବା ରୁ ସାମ୍ବାଦିକ ଙ୍କୁ ନାନା ପ୍ରକାର କଥା କହି କମ୍ପରମାଇଜ କରାଇ ନେବାକୁ ବାଧ୍ୟ କରାଇ ତାଙ୍କ ହାତରୁ କମ୍ପରମାଇଜ କାଗଜ ରେ ସାମ୍ବାଦିକ ଙ୍କ ଅନିଚ୍ଛା ସତ୍ୱେ ଦସ୍ତଖତ କରାଇ ନେଇଥିବା ଅଭିଯୋଗ ହୋଇଛି ।ଯଦି ସମାଜର ଚତୁର୍ଥ ସ୍ତମ୍ବ ଭଳି ଶିକ୍ଷିତ ବ୍ୟକ୍ତିଙ୍କ ପ୍ରତି ଏଠାରେ ଏଭଳି ନ୍ୟାୟ ମିଳେ ତେବେ ଅଶିକ୍ଷିତ ଜନସାଧାରଣଙ୍କ ଅବସ୍ଥା କଣ ବୋଲି ସାଧସରଣରେ ପ୍ରଶ୍ନ ଉଠିବା ସହ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟପ୍ରତି ନିନ୍ଦା ପ୍ରକାଶ ପାଉଛି ।