ବାଣପୁର,୦୬/୦୯: ଖାଉଟି ଓ ଯୋଗାଣ ବିଭାଗର ଉଦ୍ଦେଶ୍ୟ ମହତ, ଏକଥା ସତ କିନ୍ତୁ ଉଦ୍ଦେଶ୍ୟ ପ୍ରଣୋଦିତ କଥାରେ ମିଛ ବହୁତ । ଉଦାହରଣ ଦେଖିଲେ ବହୁତ ମିଳିବ କିନ୍ତୁ ଗୋଟିଏ କଥା ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ,ଏଠି ଯୋଗାଣ ନିରୀକ୍ଷକଙ୍କ ଦାଦାଗିରି ଖୀଉଟିଙ୍କୁ ନିର୍ଯାତନା ଦେଉଛି । ନିରୀକ୍ଷକ ରାଜଧାନୀ ବାସିନ୍ଦା ହୋଇଥିବାରୁ ଦଣ୍ଡିତ ହୋଇ ବାଣପୁରରେ କାର୍ଯରତ, ତେଣୁ ସେ ଇଚ୍ଛାକୃତ ଭାବେ ଜନ ଅସନ୍ତୋଷ ତିଆରି କରୁଛନ୍ତି, ଯେମିତିକି ସେ ରାଜଧାନୀରେ ପୁନଃ କାର୍ଯ୍ୟକ୍ଷମ ହେବେ । ଏଠି ଅନ୍ଧ ଶାସନ ଚଳାଇ ଖାଉଟି ସାମଗ୍ରୀର ଗନ୍ଧ ହଜାଉଛନ୍ତି । ବାଣପୁର NAC ର ଖାଉଟି କାର୍ଡ ନଂ- 19120210793 କୁ ତର୍ଜମା କଲେ ଜଣାଯାଏ ତା୨୭.୧୨.୨୦୧୭ ପର୍ଯନ୍ତ କାର୍ଡରେ ସାମଗ୍ରୀ ପ୍ରଦାନ ହୋଇଥିଲା କିନ୍ତୁ ତା ପରଠାରୁ କାର୍ଡଟି କଟି ଯାଇଛି ବୋଲି ଖାଉଟିଙ୍କୁ ସୂଚନା ଦେଇ ହରିଲୁଟ କରାଗଲା । ଦୀର୍ଘ ୧ ବର୍ଷ ୧ ମାସ ପରେ ଜଣାପଡିଲା କାର୍ଡଟି କଟି ନାହିଁ ବରଂ ଖାଉଟିଙ୍କୁ ମିଥ୍ୟା କହି ଶୋଷଣ କରାଯାଇଛି । ଯେଉଁମାନେ ସାମଗ୍ରୀର ଗୁଣ, ମାନ, ଓଜନ ଇତ୍ୟାଦି ପ୍ରତି ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଖାଉଟି କାର୍ଡକୁ କାଟି ଦିଆଯିବାପାଇଁ ଧମକ ମିଳୁଛି ଓ ଧମକ ମଧ୍ୟ କାର୍ଯ୍ୟକାରୀ ହେଉଛି । ଅଭିଯୋଗକାରୀଙ୍କୁ ଉତ୍ତର ମିଳୁଛି ସରକାରଙ୍କର ନୂଆ କେଟା ନାହିଁ ତେଣୁ କିଛି କାର୍ଡ କାଟି ନୂଆ କାର୍ଡ ଦିଆଯିବ । ଏହା ମାଧ୍ୟମରେ ମଧ୍ୟ ଲୋକଙ୍କୁ କୁହାଯାଉଛି ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ଓ ନେତା ମାନଙ୍କୁ ଦିଆଯାଉଛି ତେଣୁ କାର୍ଡ କାଟିଲେ ଆମ୍ଭେ ଚାନ୍ଦାଦେବୁ । କିଛି ସାଧାରଣଙ୍କ କଥା ରାତିଅଧିଆ ଖାଉଟି ସାମଗ୍ରୀ ଯୋଗାଣ ନିରୀକ୍ଷକଙ୍କ ଗୋଚରରେ ମନ୍ଦଉଦ୍ଦେଶ୍ୟରେ ଚୋରାଚାଲାଣ ହେଉଅଛି । ଉପରୋକ୍ତ ଖାଉଟି କାର୍ଡର ସାମଗ୍ରୀକୁ ଖାଇଛି କିଏ, ଗଲା କୁଆଡେ, ହେଲା କ’ଣ ? ଯଦି କେହି ଯୋଗ୍ୟ ହିତାଧିକାରୀ ଯୋଗାଣ ନିରୀକ୍ଷକଙ୍କ ପାଖରେ ନୂତନ କାର୍ଡ ପାଇଁ ନିବେଦନ କରନ୍ତି ତେବେ ଉତ୍ତର ମିଳେ ଯୋଡିବାକୁ କିମ୍ବା କାର୍ଡ କରିବାକୁ ଚାହୁଁଛନ୍ତି ତେବେ ନିର୍ବାଚନ ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।