ପାରାଦ୍ଵୀପ,୦୩।୦୮: ଯଦିଓ ଲଗାଣ ବର୍ଷା ବନ୍ଦ ହୋଇଛି,କିନ୍ତୁ ମହାନଦୀରେ ବନ୍ୟା ଜଳର ପ୍ରଭାହ କମିନାହିଁ। ବନ୍ୟା ଜଳ ଯୋଗୁ, ପାରାଦ୍ଵୀପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାରାଦ୍ଵୀପ ଅଞ୍ଚଳର ବିଭିନ୍ନ ଗାଁ ଓ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ନିକଟରେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟଙ୍କ ତତ୍ତ୍ଵାବଧାନରେ ଏ.ଓ.ଟି.ଏସ୍.ଓ ଛାତ୍ର ସଂଘରର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଇଂ. ରଶ୍ମୀ ରଞ୍ଜନ ଦାସ ଓ ଛାତ୍ରସଂଘର ଉପପ୍ରତିଷ୍ଠାତା ପିନାକୀ ଦାସ,ଶକ୍ତିପ୍ରସାଦ ରାଉତ ଙ୍କ ସହଯୋଗ କ୍ରମେ ପାରାଦ୍ଵୀପର ଜଳମଗ୍ନ ଅଞ୍ଚଳରେ ପହଞ୍ଚି ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଆର୍ଗାନାଇଜେସନ୍ (ଏ.ଓ.ଟି.ଏସ.ଓ) ଛାତ୍ର ସଂଘ ର ଛାତ୍ର ନେତା ସନ୍ଦୀପ ସ୍ୱାଇଁ, ଦେବାଶିଷ ମହାନ୍ତି,ଏ.ଏସ ଆନନ୍ଦ ଦିବ୍ୟଜ୍ୟୋତି ଧଳ, ଆଶିଷ ଜେନା ପ୍ରମୁଖ ସାହାଯ୍ୟ କରିଥିଲେ ।