ବାଣପୁର ରେ ସନ୍ଦେହ, କରୋନା ଗୋଷ୍ଠୀ ସଂକ୍ରମଣ |

ବାଣପୁର ୦୪/୦୭ : ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ଵର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ର ଜଣେ ୩୫ ବର୍ଷୀୟ ଯୁବକ ଙ୍କ କରୋନା ଚିହ୍ନଟ ହେବା ପରେ ଆଞ୍ଚଳିକ ସର୍ବସାଧାରଣ ସଂକଟାପନ୍ନ | ଏଠାରେ ସରପଞ୍ଚ ଜିତେନ୍ଦ୍ର ଭୋଳ ଜିଲ୍ଲାପାଳ ଦାୟିତ୍ଵ ରେ ଜଗନ୍ନାଥପୁର ଓ ନିକଟସ୍ଥ ଗ୍ରାମ ପେଣ୍ଡୁରାପଲ୍ଲୀ କୁ ୯ ତାରିଖ ପର୍ଯ୍ୟନ୍ତ ସଟଡାଉନ କରିଛନ୍ତି |

ପ୍ରକାଶ ଥାଉକି ବ୍ୟକ୍ତି ଜଣଙ୍କ ବିଦେଶ ରୁ ଆସି ଭାପୁରସ୍ଥିତ ସଙ୍ଘରୋଧ କେନ୍ଦ୍ର ରେ ୧୪ ଦିନ ରହିବା ପରେ ପରବର୍ତ୍ତୀ ୧୪ ଦିନ ଘରୋଇ ସଙ୍ଘରୋଧରେ ରହିବା ପାଇଁ ନିର୍ଦେଶ ଥିଲା କିନ୍ତୁ ଏଥିରେ ଅବମାନନା କରି ସର୍ବସାଧାରଣ ଓ ମାଙ୍ଗଳିକ କାର୍ଯ୍ୟ ରେ ନିଜକୁ ସାମିଲ କରି ବହୁ ଲୋକଙ୍କ ସଂସ୍ପର୍ଶ ରେ ଆସିଥିଲେ | ଏହି ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ୍ କରିବା ଏକ ଗୁରୁତ୍ବପୂର୍ଣ କାର୍ଯ୍ୟ, ଏହାକୁ ସରପଞ୍ଚ ଓ ପ୍ରଶାସନ ଗୁରୁତର ସହିତ ଗ୍ରହଣ କରି ଛାନ ଭିନ ଚଳାଉଛନ୍ତି | ଏହି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜର ସଚେତନତା ଦରକାର ଏବଂ ଆଞ୍ଚଳିକ ସର୍ବସାଧାରଣ ସତର୍କ ରହିବା ଆବଶ୍ୟକ | ଏହି ଘଟଣା ଏକ ଭୟ ସୃଷ୍ଟି କରି ଗୋଷ୍ଠୀ ସଂକ୍ରମଣର ସନ୍ଦେହ ତିଆରି କରିଛି |