ପୁରୀ, ୦୪|୦୭:ସାରା ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨ ଦିନ ମଧ୍ୟରେ ୧୦୦୦ରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରେ ମଧ୍ୟ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ । ଜୁଲାଇ ୩୧ ଯାଏଁ ପୁରୀକୁ ପ୍ରବେଶ କରିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବିନା କୌଣସି କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ୫ ତାରିଖ ରୁ ଜୁଲାଇ ୩୧ ଯାଏଁ କେହି ପୁରୀକୁ ପ୍ରବେଶ କରିପାରିବେ ନାହିଁ । ପୁରୀକୁ ଆସିବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ ।