ଗଦାଧରଙ୍କ ଭାରତ ଉତ୍ତୋଳନ ପ୍ରତିଯୋଗିତାରେ ଦ୍ୱତୀୟ ସ୍ଥାନ ଅଧିକାର କରି ଓଡିଶା ପାଇଁ ଗୌରବ ଆଣି ଛନ୍ତି |

ଶେରଗଡ଼ :(ଵପୌନି ସେଠି )ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଦ୍ୱତୀୟ ସ୍ଥାନ ଅଧିକାର କରି ନିଜ ବ୍ଲକ ତଥା ଓଡିଶା ପାଇଁ ଗୌରବ ସାଜିଛନ୍ତି l ସୂଚନାଯୋଗ୍ୟ ଯେ ଜାତୀୟ କ୍ରୀଡା ସଂଗଠନ ତରଫରୁ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଦିଲ୍ଲୀରେ ଏକ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଯେକୌଣସି ପ୍ରତିଯୋଗୀ ନିଜ ଓଜନର ଦୁଇ ଗୁଣ ଠାରୁ ସର୍ବାଧିକ ଓଜନ ଉଠାଇବେ ସେ କୃତିତ୍ୱ ଲାଭ କରିବେ l ସେହି ପ୍ରତିଯୋଗିତାରେ ଗଦାଧର ନିଜ ଓଜନ 59 କେଜି ଥିବାବେଳେ 135 କେଜି ଓଜନର ଭାର ଉତ୍ତୋଳନ କରି ସମସ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ବ୍ରୋଞ୍ଜ ପଦକ ପାଇବାରେ ଯୋଗ୍ୟ ବିବେଚିତ ହୋଇଥିଲେ l ଗଦାଧରଙ୍କ ଏହି ସଫଳତାରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ତଥା ସମସ୍ତ ଅଧିକାରୀ ଆନନ୍ଦିତ ହୋଇ ସନ୍ନମାନିତ କରି ଏହିଭଳି ସଫଳତା କ୍ରମାଗତ ଭାବେ ବଜାୟ ରହିବା ନିମନ୍ତେ କାମନା କରିଥିଲେ l ଗଦାଧରଙ୍କ ଇଚ୍ଛାଶକ୍ତି ଏବଂ ନିରନ୍ତର ସାଧନା ଯୋଗୁଁ ପ୍ରଥମେ ସେ 2016 ରେ ମିଷ୍ଟର ଓଡିଶା ଓ ପରେ ମଧ୍ୟ୍ୟ ବିଭିନ୍ନ ପ୍ରତିଯୋଗିତାରୁ ସଫଳ ହୋଇ ପ୍ରାପ୍ତି କରିଥିବା ବିଭିନ୍ନ ପ୍ରକାର ଟ୍ରଫି, ପଦକ ଓ ମାନପତ୍ର ତାଙ୍କ ନିକଟରେ ଦେଖିବାକୁ ମିଳିଛି l ସମସ୍ତ ବର୍ଗରୁ ଆଶୀର୍ବାଦ ସଙ୍ଗେ ସଙ୍ଗେ ଯେକୌଣସି ଅନୁଷ୍ଠାନ କିମ୍ବା ସରକାରଙ୍କ ସହଯୋଗ ରହିଲେ ଚଳିତ ବର୍ଷ ହେବାକୁ ଥିବା ପାରା ଅଲମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସମଗ୍ର ଭାରତ ବର୍ଷରେ ନିଜ ଓଡିଶା ରାଜ୍ୟ ଓ ନିଜ ଦେଶକୁ ଗୌରବାନ୍ୱିତ କରିବା ଦେଖିଥିବା ସ୍ବପ୍ନକୁ ପୁରା କରିପାରନ୍ତି ବୋଲି ଗଦାଧର ନିଜେ ମତ ପ୍ରକାଶ କରିଛନ୍ତି।