କଳାହାଣ୍ଡିକୁ ଲମ୍ବିଛି ନକଲି ସାର୍ଟଫିକେଟ ଚେର

କଳାହାଣ୍ଡି ( ଅରୁଣ କୁମାର ସାହୁ) ଦିନ କୁ ଦିନ ଲମ୍ବିଚାଲିଛି ଜାଲ ସାର୍ଟଫିକେଟ ବଲାଙ୍ଗୀର, କନ୍ଧମାଳ, କେନ୍ଦ୍ରାପଡା ପରେ ଏବଂ କଳାହାଣ୍ଡି କୁ ନକଲି ସାର୍ଟଫିକେଟ ର ଚେର ଲମ୍ବିଛି କିଛି ବ୍ୟକ୍ତି ଜାଲ ସାର୍ଟଫିକେଟ ଦେଇ ଚାକିରୀ ପାଇଥିବା ଆଶଙ୍କା।କଳାହାଣ୍ଡି ଜିଲ୍ଲା ରେ ଡାକ ବିଭାଗ ଡିଭିଜନ ପକ୍ଷରୁ 105 ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଶବ୍ ପୋଷ୍ଟମାଷ୍ଟର, ସହକାରୀ ପୋଷ୍ଟ ମାଷ୍ଟର ଏବଂ ଡାକ ସେବକ ନିମନ୍ତେ ପ୍ରାର୍ଥୀ ମାନେ ନିବେଦନ କରିଥିଲେ l 105 ଜଣ ମନୋନୀତ ପ୍ରାର୍ଥୀ ମଧ୍ୟରୁ 78 ଜଣ ସାର୍ଟେପିକେଟ ଯାଞ୍ଚ ନିମନ୍ତେ ଡାକ ବିଭାଗ ଅଫିସ କୁ ଆସିଥିଲେ ଏବଂ ଅନ୍ୟ 27 ଜଣ ଅନୁପସ୍ଥିତ ଥିଲେ ଏହି ଘଟଣା କୁ ନେଇ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଥିଲା l ଏହି ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଡାକ ଡିଭିଜନ ସୁପାରିଟେଣ୍ଡେନ ବିଜୟ ମହାନ୍ତି କୁ ପଚାରିବାରୁ ସମସ୍ତ 78 ଜଣ ପାର୍ଥୀ ଙ୍କ ସାର୍ଟେପିକେଟ ଯାଞ୍ଚ ପାଇଁ ତିନି ଟି ବୋର୍ଡ କୁ ପଠା ଯାଇଛି l ସେଠୁ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l ସେପଟେ ଯାଞ୍ଚ ବେଳେ ନକଲି ସାର୍ଟେପିକେଟ ଦେଇ ଚାକିରୀ କରିଥିବା ଜଣା ପଡିବା ପରେ ଜୟପାଟଣା ବ୍ଲକ ପ୍ରତାପପୁର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଜଣେ ମହିଳାକୁ ଚାକିରୀରୁ ବହିଷ୍କାର କରାଯାଇଛି l