କଳାହାଣ୍ଡି ଭବାନୀପାଟଣାର ଟାଉନହଲ ରେ ସାଇନିଙ୍ଗ ତରଫରୁ ଜନସମ୍ପର୍କ କାର୍ଯ୍ୟକ୍ରମ

କଳାହାଣ୍ଡି(ଅରୁଣକୁମାରସାହୁ):-ଭବାନୀପାଟଣା ଟାଉନହଲ ରେ କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ, ଏ ଦିଗରେ କଳାହାଣ୍ଡିର ଯୋଗଦାନ ମଧ୍ୟ ଯଥେଷ୍ଟ ରହିଛି,ତେବେ ଜଳ ସଂରକ୍ଷଣ ଓ ଜଳସେଚନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା କୃଷିକୁ ଆଗେଇ ନେଇଥିଲେ ମଧ୍ୟ ଏହାର ଉପଯୁକ୍ତ ଶିଳ୍ପ ସ୍ଥାପନ ଦିଗରେ ଅଗ୍ରଗତି ଘଟିନାହିଁ, ବର୍ତ୍ତମାନ ସମୟରେ ଶିଳ୍ପ ଏକ ପ୍ରମୁଖ ଅର୍ଥନୀତିକ ବିକାଶର କାରଣ ସାଜିଥିବା ବେଳେ କଳାହାଣ୍ଡିରେ ଶିଳ୍ପର ବିକାଶରେ ସେତେଟା ଉନ୍ନତି ହୋଇନାହିଁ, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଥିବା ବେଳେ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ,ଜିଲ୍ଲାର ଉପଲବ୍ଧ ସମ୍ବଳକୁ ଲକ୍ଷ୍ୟ କରି ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ, ଇଥାନଲ ପ୍ଲାଣ୍ଟ, ମେଗା ଧାନ ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ, , କଟନ ସ୍ପିନିଂ ମିଲ, ଜଙ୍ଗଲଜାତ ଦ୍ରବ୍ୟ ଆଧାରିତ ଶିଳ୍ପ, ହାବସପୁରି ହସ୍ତତନ୍ତ ଶିଳ୍ପ ପ୍ରଭୃତି ଶିଳ୍ପ,ଏବଂ ଦୀର୍ଘଦିନରୁ ଲାଞ୍ଜିଗଡ଼ରେ ସ୍ଥାପିତ ବେଦାନ୍ତ ଏକ ପ୍ରମୁଖ ଶିଳ୍ପ ରୂପେ ଜିଲ୍ଲା ପାଇଁ ଏକ ସମ୍ଭାବନା ହୋଇରହିଛି, ଏହା ଯଦି ସୁଚାରୁରୂପେ କାର୍ଯ୍ୟକ୍ଷମ ହୁଏ, ତାହେଲେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏକ ତ୍ୱରାନ୍ୱିତ ଆର୍ଥକ ବିକାଶ ହେବା ସଂଗେ ସଂଗେ ଜିଲ୍ଲାର ସାମଗ୍ରିକ ବିକାଶରେ ବିଶେଷ ଭାବେ ସହାୟକ ହେବ,ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତୁରନ୍ତ ଏହାର ସୁବିଚାର କରି ଜିଲ୍ଲାର ଜନସ୍ୱାର୍ଥ ଓ ଲଗାତାର ଶିଳ୍ପ ସମର୍ଥନରେ ଗତ ଦୁଇ ଦଶକରୁ କଳାହାଣ୍ଡିବାସୀଙ୍କ ଦ୍ୱାରା ହେଉଥିବା ସାମୁହିକ ଦାବିକୁ ଦୃଷ୍ଟିରେ ରଖି ବେଦାନ୍ତକୁ ତୁରନ୍ତ ଖଣି ଲିଜ ଦିଆଯାଉ ବୋଲି ସାଇନିଂ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ଜନସଂସଦ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ମତପ୍ରକାଶ ପାଇଛି !


ପ୍ରାରମ୍ଭରେ କଲେଜ ଛକ ଠାରୁ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଡକ୍ଟର . ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ କଳାହାଣ୍ଡିରେ ଅଭୁ ଆୟାମି ଶିଳ୍ପ ସମର୍ଥନରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଟାଉନ ହଲ ଠାରେ ପହଞ୍ଚି,ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଡକଟର,ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ବରିଷ୍ଠ ଆଇନଜୀବୀ ଭବାନୀ ମିଶ୍ର,ଆଇନଜୀବୀ ଜିତେନ୍ଦ୍ର ମହାନ୍ତି,,ଭବାନୀପାଟଣା ପୌର ପାଳିକା ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ,ପୂର୍ବ ଉପାଧ୍ୟକ୍ଷ ଚିତ୍ତରଞ୍ଜନ ମଣ୍ଡଳ, ଶିକ୍ଷାବିତ ସତ୍ୟ ମୁଣ୍ଡଛିନା ପ୍ରମୁଖ ଯୋଗଦେଇଥିଲେ, ଏଥିରେ ସାଇନିଂ କଳାହାଣ୍ଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ,ନିଲ ସିଂ ଦେଓ, ଅବିନାଶ ଠାକୁର,କୃଷ୍ଣଚନ୍ଦ୍ର ସାହୁ,ଭବାନୀ ସାହୁ,,ମହେନ୍ଦ୍ର ନାଏକ,ପ୍ରମୁଖ ଉଦବୋଧନ ଦେଇଥିଲେ,ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୩୫ଜଣ ବ୍ୟକ୍ତିତ୍ୱ ଏବଂ ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷ ଓ ପାରିଷଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୦୦୦ ରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲା, ମଂଚ ପରିଚାଳନା କରିଥିଲେ ଅବିନାଶ ଠାକୁର, ଧନ୍ୟବାଦ ଦେଇଥିଲେ।