ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ ପୈାରପାଳିକା ସ୍ବଚ୍ଛ ସାଥିମାନେ ପ୍ଲାଷ୍ଟିକ ଓ ସୋଲ ଦ୍ରବ୍ୟ ବ୍ୟବହାର ପ୍ରତିବନ୍ଧତା ଉପରେ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ,(ଶୁଭମ ପାଣି) : ଆଜି ଢେଙ୍କାନାଳ ବସଷ୍ଟାଣ୍ଡରେ ଥିବା ଠେଲା ବେପାରୀ ଦହିବରା,ପଇଡ଼,ଆଖୁରସ ଓ ଅନ୍ୟାନ୍ୟ ଉଠା ଦୋକାନୀ ତଥା ଜଳଖିଆ ଦୋକାନଙ୍କୁ ପଲିଥିନ ଯରି ଯାଞ୍ଚ କରିବା ସହ ପୌରପାଳିକା ସ୍ୱଚ୍ଛ ସାଥିମାନଙ୍କ ଦ୍ବାରା ପ୍ଲାଷ୍ଟିକ, ସୋଲ, ପଲଥିନ୍ ଦ୍ରବ୍ୟ ବ୍ୟବହାର ପ୍ରତିବନ୍ଧତା ଉପରେ ସଚେତନ ଓ ପରିବେଶ କୁ ସୁରକ୍ଷିତ କରିବା ସହ ଆମ ସହରକୁ ସ୍ବଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମଟି ପୌରନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ତତ୍ବାବଧାନରେ ହୋଇଥିବାବେଳେ ପୌରପାଳିକା କର୍ମଚାରୀ ଓ ସ୍ବଚ୍ଛ ସାଥିମାନେ ଯୋଗ ଦେଇଥିଲେ।