ରବି ଫସଲର କୁଶଳି ଚାଷୀ ବିଜୟ l

ଖଲ୍ଲିକୋଟ :(ସୁଶୀଲ ଲେଙ୍କା )ଅର୍ଦ୍ଧ ଶତକ ବୟସରେ ଉପନୀତ ବିଜୟ ପ୍ରଧାନ l ବାଣିଆ ନିକଟସ୍ଥ ଖାରିଣିପଡ଼ା ଭଳି ଏକ ଛୋଟିଆ ଗ୍ରାମରେ ୩୪ ଜଣ ପରିବାର ସଦସ୍ୟ ଙ୍କୁ ନେଇ ଏକ ଯୌଥ ପରିବାରରେ ବସବାସ କରନ୍ତି ବିଜୟ l ଚାରି ଏକର ଚାଷ ଜମିକୁ ନେଇ ନିଜର ଅକ୍ଲାନ୍ତ ଓ ଅବିଶ୍ରାନ୍ତ ପରିଶ୍ରମ ବଦଳରେ ଚାଷ ଜମିକୁ କରିଥାନ୍ତି ସବୁଜିମା ଓ ଆଣିଥାନ୍ତି ଭଳିକି ଭଳି ସବୁଜ ପରିବା ର ସମ୍ଭାର l ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହେଲେ ମଧ୍ୟ ଅନେକ ସମୟରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ପ୍ରକାର ସୁବିଧା, ସୁଯୋଗ ଓ ଯୋଜନା ରୁ ବଞ୍ଚିତ ହୋଇଥାନ୍ତି ଚାଷୀ l ବିକ୍ରି ଉପଯୋଗୀ ସବୁଜ ପରିବା ଉପରେ କେତେ ବେଳେ ଫସଲ ନଷ୍ଟକାରୀ ପୋକ ଦାଉ ସାଜିଥିବା କେତେବେଳେ ଜଙ୍ଗଲ ଜନ୍ତୁଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ ରବି ଫସଲ l ଆମେ ଆଜି ଆସି ପହଞ୍ଚିଚୁ ଚାଷୀ ବିଜୟ ପ୍ରଧାନ ଙ୍କ ପାଖରେ ଆସନ୍ତୁ ତାଙ୍କ ସହ ଆଲୋଚନା କରିବା କି ଭଳି ରହିଛି କୃଷିକାର୍ଯ୍ୟ ଓ କଣ ରହିଛି ଅଭାବ ଓ ଅଭିଯୋଗ l