ପାଠ ପଢା ହୋଇ ନ ଥିବାରୁ ପରୀକ୍ଷା ବର୍ଜନ କଲେ ପରୀକ୍ଷାର୍ଥୀ |

ବରଗଡ଼ / ଗାଇସିଲେଟ :- (ଫକୀର ରଣା )- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲ ପାଲି ଯୁକ୍ତ ଦୁଇ ମହା ବିଦ୍ୟାଳୟ ରେ ଅର୍ଥନୀତି ବିଷୟ ର ପରୀକ୍ଷା କୁ ବର୍ଜନ କରିଛନ୍ତି ଛାତ୍ର ଛାତ୍ରୀ । ଏ ନେଇ ମହା ବିଦ୍ୟାଳୟ ର ଅର୍ଥନୀତି ବିଭାଗର ଛାତ୍ର ଛାତ୍ରୀ ମାନେ ଚଳିତ ପରୀକ୍ଷା ଆଗରୁ କ୍ଲାସ ଗୁଡ଼ାକ ହୋଇ ନ ଥିବା କହିଛନ୍ତି । କଲେଜ ରେ ପାଠ ପଢା ବା ହୋଇ ପରୀକ୍ଷା ରେ ଆମେ କଣ ଲେଖିବୁ ବୋଲି ପ୍ରଶ୍ନ କରି ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସିଥିଲେ । ଏ ସକାଶେ ମହାବିଦ୍ୟାଳୟ ର ପରୀକ୍ଷା ରେ ବ୍ୟାହତ ସୃଷ୍ଟି ହେବା ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଇସିଲେଟ ଥାନାଧିକାରୀ ବୀରବର ଭଗତ, ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ଆସି ପହଂଚିଥିଲେ । ଏହା ପରେ କେନ୍ଦ୍ରୀୟ ପରୀକ୍ଷା ସ୍କ୍ୱାର୍ଡ ଆସି ଉକ୍ତ ଘଟଣା କୁ ଟିକି ନିଖି ତଦାରଖ କରିଛନ୍ତି ।