ରବି ଫସଲ ପାଇଁ ଚାଷୀଙ୍କୁ ମାଗଣାରେ ମୁଗ ବିହନ ସହିତ ସାର ଯୋଗାଣ

କାଳୁପଡ଼ା ଘାଟ:-୧୦/୧୨(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ସ୍ତରରେ ଥିବା ଶହେ ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମିରେ ଏବର୍ଷ ଚିଲିକା ବ୍ଲକ କୃଷି ବିଭାଗ ତରଫରୁ ଚଣ୍ଡେଶ୍ୱର ସରପଞ୍ଚ ଶ୍ରୀମତୀ ଲିପାଳିନ୍ ମହାପାତ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଖାପାଖି ଦେଢ଼ ଶହ ଚାଷୀଙ୍କୁ ରବି ଫସଲ ପାଇଁ ମୁଗ ବିହନ ଯୋଗାଇ ଦିଆଯାଇଛି । ସୂଚନାଯୋଗ୍ୟ କି ଚିଲିକା ବ୍ଲକ କୃଷି ଅଧିକାରୀ ପୂର୍ଣେନ୍ଦୁ ଶେଖର ଆଚାର୍ଯ୍ୟ ଙ୍କର ନିର୍ଦ୍ଦେଶ ମୁତାବକ ସହକାରୀ କୃଷି ଅଧିକାରୀ ଶୁଶ୍ରୀ ଶିବାନୀ ମିଶ୍ର ଙ୍କର ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଫାର୍ମର ଆଇଡ଼ି ପଞ୍ଜୀକୃତ ଚାଷୀ ଏବଂ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଂଘ ଙ୍କୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନିୟମାନୁଯାୟୀ ପ୍ରତି ଚାଷୀର ଆଧାର ଭେରୀଫିକେଶନ କରି ସମ୍ପୂର୍ଣ୍ଣ ଅନଲାଇନ ପ୍ରକ୍ରିୟା ଯୋଗେ ଚାଷୀ ମାନଙ୍କୁ ମୁଗ ବିହନ ଯୋଗାଇ ଦିଆଯାଇଛି।

ଚଣ୍ଡେଶ୍ୱର ପଞ୍ଚାୟତ ର ୧୫୦ ଜଣ ପଞ୍ଜୀକୃତ ଚାଷୀ ଙ୍କୁ ନେଇ ତିନୋଟି ପ୍ୟାଚ ଗଠିତ ହୋଇଥିବା ବେଳେ ପ୍ରତି ପ୍ୟାଚ ବା ପ୍ରତି ଗୋଷ୍ଠୀ ପିଛା ୫୦ ହେକ୍ଟର ଚାଷ ଜମି ରେ ମୁଗ ଚାଷ ହେବ ବୋଲି ପଞ୍ଚାୟତ ଗ୍ରାମ ସେବକ ମନୋରଞ୍ଜନ ବେହେରା ସୁଚନା ଦେଇଛନ୍ତି।ସେହିଭଳି ରବି ଫସଲ କୁ ରୋଗମୁକ୍ତ ତଥା ମାଟିର ଜୈବିକ ସାର ବୃଦ୍ଧି ପାଇଁ ରାସାୟନିକ ସାରର ବ୍ୟବହାର କମ କରି ଯେଉଁଭଳି ଚାଷୀ କମ ଖର୍ଚ୍ଚ ରେ ଲାଭବାନ ହୋଇପାରିବ ଏବଂ ମାଟିର ଉର୍ବରତା ବଜାୟ ରହିବ ସେଥିପ୍ରତି ଚାଷୀ ମାନଙ୍କୁ ସ୍ୱଳ୍ପ ମୁଲ୍ୟ ରେ ସାର ଯୋଗାଇ ଦିଆଯିବ ବୋଲିଚିଲିକା ବ୍ଲକ ସହକାରୀ କୃଷି ଅଧିକାରୀ ତଥା ନୋଡାଲ ଅଫିସର ଶିବାନୀ ମିଶ୍ର ସୂଚନା ଦେଇଛନ୍ତି।ସେହିଭଳି ଏବର୍ଷ ଅନଲାଇନ ଯୋଗେ ଯେଉଁ ଚାଷୀ ମାନେ ପଞ୍ଜୀକୃତ କରିଛନ୍ତି ସେମାନଙ୍କ ରବି ଫସଲ ପାଇଁ ପଞ୍ଚାୟତ ସ୍ତରରେ ସାର ଏବଂ କୀଟନାଶକ ଔଷଧ ସବ୍ସିଡି ଯୋଗେ ବିକ୍ରି ପାଇଁ ଗଚ୍ଛିତ ଥିବା ବେଳେ ଏଥିପାଇଁ ପଞ୍ଜିକୃତ ବିକ୍ରେତା ଅଶ୍ୱିନୀ ଜେନା ମଧ୍ୟ ଉପସ୍ଥିତ ରହି ଚାଷୀ ମାନଙ୍କ ଅନଲାଇନ ଆଧାର ଭେରୀଫିକେଶନ କରିଥିଲେ।

ଏହି ବିହନ ବିତରଣ କାର୍ଯ୍ୟକ୍ରମ କୁ ଚଣ୍ଡେଶ୍ୱର ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ର, ଯୁବନେତା ପ୍ରଭାତ ରାଉତରାୟ, ବୃନ୍ଦାବନ ସାହୁ,ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ମହିଳା ସଙ୍ଘ ର ମହିଳା ମାନେ ଉପସ୍ଥିତ ରହି ରବି ବିହନ ସଂଗ୍ରହ କରିଥିଲେ।କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସରକାର ରବି ଫସଲ ପାଇଁ ଯେତିକି ତତ୍ପର ଯଦି ତା ଠାରୁ ଅଧିକ ତତ୍ପର ବୁଲା ଗାଈଗୋରୁ ଉଦା ବନ୍ଦ କରିବା ଏବଂ ବୁଲା ଗୋରୁ ଗାଈଙ୍କ ପାଇଁ ଗୋଶାଳା ନିର୍ମାଣ କରିବା କିମ୍ବା କୌଣସି ଏକ ଗୋରୁ ମାନଙ୍କ ପାଇଁ ଉଦ୍ଦିଷ୍ଟ କାଞ୍ଜିଆ ହୁଦା ଯଦି ନିର୍ମାଣ କରାଯିବା ସହିତ ଡ଼ାକବାଜି ଯନ୍ତ୍ର ଯୋଗେ ଗୋରୁ ଗାଈ ଉଦା ବନ୍ଦ କରିବାକୁ ପ୍ରଚାର ହୁଅନ୍ତା ଏବଂ ଅବମାନନା କଲେ ପଞ୍ଚାୟତ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଗଲେ ରବି ଫସଲ ପାଇଁ ସରକାର ଙ୍କ ଯୋଜନା ଟି ସଫଳ ହେବ ନଚେତ ଗୋରୁ ଗାଈଙ୍କ କବଳରୁ ରବି ଫସଲ ନଷ୍ଟ କୁ ରଖି ହେବନି ।ଏ ଦିଗରେ ଚଣ୍ଡେଶ୍ୱର ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ର ପଦକ୍ଷେପ ନେବାକୁ କହିଛନ୍ତି।