ଅଲେଖ ମହିମା ଧର୍ମର ଉପାସନା ପୀଠ ଭାଙ୍ଗି ଦେଇଥିବାରୁ ସାଧୁମାନେ ପ୍ରତିବାଦ କରି ଦାବୀ ପତ୍ର ପ୍ରଦାନ କରିଥିଲେ।

ରାୟଗଡ଼ା,୦୯/୧୨:(ପ୍ରଫୁଲ୍ଲ କୁମାର ବେହେରା) ମହିମା ଧର୍ମର କୌପୁନି ଧାରୀ ମହିମା ସମାଜ ରାୟଗଡା ଜିଲ୍ଲାର ସାଧୁ ଓ ଭକ୍ତ ମାନେ ଆଜି ରାୟଗଡାର ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ଭାବେ ବିକ୍ଷୋଭ ପ୍ରଦର୍ଶନ କରି ଉଲ୍ଲେଖ କରିଥିଲେ ଗତ ମାସ ୨୨ ତାରିଖ ଦିନ ଶତାଧିକ ବର୍ଷ ତଳେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ବିଶ୍ଵ ପ୍ରସିଦ୍ଧ ମହିମା ଧର୍ମର ଗାଦି ପୀଠରେ ନିର୍ମାଣ ହୋଇ ଥିବା ବତି ମନ୍ଦିର, ଧୂନି ମନ୍ଦିର ଓ ଭେକ ମନ୍ଦିର କୁ ଢେ଼ଙ୍କାନାଳ ଜିଲ୍ଲା ପ୍ରଶାସନ ସିଭିଲ କୋର୍ଟ ଆଦେଶ ଅନୁଯାୟୀ ଭାଙ୍ଗି ଦେଇଥିବା ଘଟଣାକୁ ତୀବ୍ର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ୫ଟି ଦାବୀ ଶୀଘ୍ର ପୁରାଣ କରାଯାଉ ବୋଲି ଦାବି ପତ୍ର ପ୍ରଦାନ କରିଛନ୍ତି। କୌପୁନି ଓ ବାକ୍କଳ ଧାରୀଙ୍କୁ ସମ୍ମମାନ ଅଧିକାରୀ ଦିଆଯାଉ ବୋଲି କହିଥିଲେ।