ରାଜଗାଙ୍ଗପୁର : (ମନୋଜ ଭୋଳ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଗତ ତିନି ଚାରି ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଛି ।ଯାହା ରାଜଗାଙ୍ଗପୁର ସହର ରେ ଜଣ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ହେଲେ ମୁଖ୍ୟ ସମସ୍ୟା ସାଜିଛି ପୌରପାଳିକା ନିର୍ମିତ ଡ୍ରେନ ବ୍ୟବସ୍ଥା ।
ପୌରପାଳିକା ଡ୍ରେନ ଗୁଡିକ ଭଲ ଭାବରେ ସଫା ହେଉନଥିବା ବେଳେ ଏଥିରେ ଆବର୍ଜନା ଜମା ରହିଥିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଯାହାଫଳରେ ଡ୍ରେନ ପାଣି ରାସ୍ତା ଉପରେ ଲହଡି ଭାଙ୍ଗୁ ଥିବା ବେଳେ କୁଢ଼ କୁଢ଼ ଅଳିଆ ଆବର୍ଜନା କୁ ଆଣି ରାସ୍ତା ରେ ଜମା କରୁଛି । ଯାହା ଦ୍ୱାରା ଲୋକ ମାନ ଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ପୌର ପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୮ ପାନ ପଡା ରେ ଯାଇ ଥିବା ପୌରପାଳିକା ଡ୍ରେନ ରେ ଅଳିଆ ଆବର୍ଜନା ଜମି ରହିଥିବା ଯୋଗୁ ଏହି ଡ୍ରେନ ରେ ବର୍ଷା ଜଳ ନିଷ୍କାସନ ରେ ବାଧା ପ୍ରାପ୍ତ ହେଉଛି । ଏମିତିକି ଡ୍ରେନ ଟି ଅଣଓସାରିଆ ହୋଇଥିବା ବେଳେ ଏହା ର ସଫେଇ କାର୍ଯ୍ୟ ଭଲ ଭାବରେ ହେଉନାହିଁ । ଡ୍ରେନ ସଫେଇ ହେଲା ପରେ ମଧ୍ୟ ଏହି ଆବର୍ଜନା କୁ ରାସ୍ତା କଡରେ ଛାଡି ଦିଆଯାଉଛି । ଯାହା ଫଳରେ ପର ମୁହୂର୍ତ୍ତ ରେ ଏହା ପୁନଶ୍ଚ ଉକ୍ତ ଡ୍ରେନ ରେ ଜମା ହେଉଛି । ଯାହା ଦ୍ୱାରା ଲଗାଣ ବର୍ଷା ହେବା ଦ୍ୱାରା ଡ୍ରେନ ର ଆବର୍ଜନା ପାଣି ଓ ଆବର୍ଜନା ଗୁଡିକ ରାସ୍ତା ରେ ଜମୁଥିବା ଦେଖିବାକୁ ମିଳୁଛି ।ଏଣୁ ଏହାକୁ ନେଇ ପୌର ପାଳିକା ର ଡ୍ରେନ ବ୍ୟବସ୍ଥା ଉପରେ ସାଧାରଣ ରେ ପ୍ରଶ୍ନ ଉଠୁଛି ।