ରାୟଗଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ ପାଳନ

ରାୟଗଡ଼ା, (ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ ପାଳନ କରାଯାଉଛି। ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ମହା ସମାରୋହରେ ପାଳିତ ସୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ସଂପାଦକ ଡ଼ଃ ସୁନିଲ ପ୍ରଶାଦ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ସୁଭ ଉଦଘାଟନ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅମୃତ ବଚନ ଓ ଆଶିର୍ବଚନ ପ୍ରଦାନ କରିଥିଲେ , ସଂପାଦକ ଡ଼ଃ ସୁନିଲ ପ୍ରଶାଦ ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ ର ମହତ୍ବ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାମୁହିକ ସଙ୍ଗୀତ ଓ ବ୍ୟକ୍ତିଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଧିର କୁମାର ନେଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ପୋଷ୍ୟ ଗ୍ରାମ ଚେକାଗୁଡା ଗ୍ରାମରେ ପହଞ୍ଚି ସେଠାରେ ଗ୍ରାମ ବାସୀଙ୍କୁ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ ପାଳନ ଉପରେ ସଚେତନତା କରିବା ସହ ଘର ଘରକୁ ଯାଇ ଜାତୀୟ ପତାକା ବଣ୍ଟନ କରିବା ସହ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘର ଉପରେ ଜାତୀୟ ପତାକା ବାନ୍ଧି ଉଡ଼ାଇବା ପାଇଁ ସଚେତନତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ସହ ବିଦ୍ୱତ୍ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ