ଟିକିରି, (ପ୍ରଫୁଲ୍ଲ କୁମାର ବେହେରା) ଆଜି ଏକ ଅବାଭନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ, ବସ ରେ ପେଟ ପାଟଣା ପାଇଁ ନୀତି ଦିନ ହେଲ୍ପଟ ହିସାବ ରେ କାର୍ଯ୍ୟ କରୁଥିଲେ l ଟିକିରି ମେଡିକାଲ କୁ ନେବା ସମୟରେ ତାଙ୍କର ମୃତ୍ୟୁ ହଇଥିଲା l ବିଦ୍ୟୁତ ଆଘାତ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ନିର ବୋଲି ଜଣା ପଡିଥିଲା l ସେହି ମୃତକ ହେଉଛନ୍ତି ରାୟଗଡା ଜିଲ୍ଲା ସଦର ହଲୁବା ପଞ୍ଚାୟତ କୋଡିଙ୍ଗ ଗୁଡା ଗ୍ରାମର ବୋଲି ଜଣା ପଡିଛି l ସେ ଏକ ଘରଇ ହନୁମାନ ବସ ରେ କାର୍ଯ୍ୟ କରୁଥିଲେ, ଟିକିରି ବସ ଷ୍ଟାଣ୍ଡ ରେ ବସରୁ ଉପରୁ ପାଇପ ଓଲ୍ହାଇବା ସମୟରେ ଏହି ସବୁ ପୂର୍ବରୁ ବିଦ୍ୟୁତ୍ ତାର ଯାଇଥିବା ବେଳେ ସେହି ତାର ନ ଦେଖି ପାଇଁ ଓହ୍ଲାଉଥିବା ବେଳେ ବିଦ୍ୟୁତ ତାରରେ ବାଜିଥିଲା l ଯାହାଫଳରେ ତୁରନ୍ତ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଏହା ପରେ ଡକ୍ଟର ପ୍ରିୟ ରଞ୍ଜନ ମହନ୍ତ ଟିକିରି ଥାନାକୁ ଲିଖିତ ଅଭିଯୋଗ ଦେଲା ପରେ ଟିକିରି ଏ.ଏସ.ଆଇ ମନୋଜ କୁମାର ଜେନା ଘଟଣା ସ୍ଥଳ ଏବଂ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ମୃତକ ଙ୍କ ପରିବାର ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି l