ରାୟଗଡା, (ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗଡିବାଲୀ ପଞ୍ଚାୟତ ର ଦୁରୂପାଇ ଗ୍ରାମର ରାମ ଚନ୍ଦ୍ର ମାଝୀ ଙ୍କ ସ୍ତ୍ରୀ ସୁଦ୍ଧାମାଝୀଙ୍କ ର ଗତ କାଲି ଗର୍ଭ ଯନ୍ତ୍ରଣା ହେବାରୁ ଆଶା ହାରା ବତି ବିଶୋଇ ANM ଜେମା ମଣି ସେଠିଙ୍କୁ ଜଣାଇବା ପରେ ଜେମା ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ଯାହା ଫଳରେ ଆମ୍ବୁଲାନ୍ସ ଆସି ଗାଁ କୁ ରାସ୍ତା ନ ଥିବାରୁ ଗର୍ଲିମା ଛକ ଠାରେ ଅଟକି ଯାଇଥିଲା l ବାଧ୍ୟ ହଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ, ଆଶାକର୍ମୀ, ମା ଗୃହରେ କାର୍ଯ୍ୟରତ ଥିବା ପଦ୍ମିନୀ ଶବର ଓ ANM ଯାଇ ପରିବାର ଲୋକଙ୍କ ସହିତ ମିସି ତିନି କିଲମିଟର ଷ୍ଟେଚର ରେ ବହି ଆଣିବା ପରେ 108 ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ବର୍ତମାନ ଗର୍ବବତୀ ଙ୍କର ସ୍ୱାସ୍ଥ୍ୟଅବସ୍ଥା ଠିକ ଥିବା ଜଣା ପଡିଛି l ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ ଏହି ପରି ରୋଗିଙ୍କୁ ସାହାଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ବେଷ୍ଟ ପାଇଲଟ ଉପାଧି ରେ ସନ୍ନମାନୀତ ହୋଇଛନ୍ତି l