ବାଲିଗୁଡା, ତା, ୦୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ଏଥିରେ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଳରାମ ବେହେରା ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଶେଷ ଦିନ ଉଦଯାପିତ କରିଥିଲେ । ଏହି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥିବା ଶିଶୁ ବାଟିକାକୁ କିପରି ଜାଣିବା ଏବଂ ସେମାନଙ୍କର ଶିକ୍ଷାକୁ କିପରି ସୃଜନଶୀଳତା, ଖେଳ, ମାଟି କାମ, ଓ କାଗଜ କାମ ମାଧ୍ୟମ ରେ ପ୍ରଶିକ୍ଷଣ ଦେବା ଭଳି ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା l ଏଥିରେ ସତ୍ୟ ନାରାୟଣ ତ୍ରୀପାଠୀ, ସୁଶାନ୍ତ କୁମାର ମଲ୍ଲିକ, ଲୋକନାଥ ସାହୁ, ସରୋଜ କୁମାର ନାହାକ, ସାବତ ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ସଞ୍ଜୀବ କୁମାର ବିନ୍ଧାଣି, ଜୟପ୍ରକାଶ ପ୍ରଧାନ ଏବଂ ସହଯୋଗୀ ଭାବରେ ଅମୁଲ୍ୟ କୁମାର ନାୟକ ଓ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଉଦଯାପନୀ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ଅତିଥିଙ୍କ ଦ୍ଵାରା ବଣ୍ଟନ କରାଯିବା ସହ କାର୍ଯ୍ୟକ୍ରମ କୁ କିପରି ବିଦ୍ୟାଳୟ ସ୍ତରରେ ସଫଳ ଭାବରେ କାର୍ଯ୍ୟକାରୀ ହେବ ସେଥି ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହଯୋଗ କାମନା କରି କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ।


