ଢେଙ୍କାନାଳର ଗ୍ରାମାଞ୍ଚଳରେ ରଜପର୍ବ ପାଳିତ ।

ଢେଙ୍କାନାଳ,୧୫/୦୬(ଶୁଭମ ପାଣି): ଆଜି ହେଉଛି ରଜ ସଂକ୍ରାନ୍ତି ରଜ ମଉଜ ଓ ରଜ ସଜବାଜ ଏବଂ ରଜ ପାନ କଥା କହିଲେ ଓଡ଼ିଶାର ଏହି ପରମ୍ପରା ଏହି ଐତିହ ଓ ପର୍ବ ସାରା ବିଶ୍ୱରେ ପରିଚିତ ହୋଇଥାଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ପାଳନ କରିଥାନ୍ତି ଏହି ମହାନ ପର୍ବକୁ ଗାଁରେ ମଉଜ ଏବଂ ଗାଁ ସାଙ୍ଗସାଥି ଓ ଗାଁରେ ହୋଇଥିବା ଦୋଳି କୁ ଉପଭୋଗ କରିଥାନ୍ତି ଯୁବତି ମାନେ। ଗୋଟିଏ କଥା ଯଦି କହିବା ଗାଁର ଭିତରେ ଅନେକ ପ୍ରକାର ରଜ ପର୍ବ ପାଳନ କରୁଥିଲେ ଓ ନୂତନ ବତ୍ସ ସହିତ ସଜବାଜ କରାଇ ରଜ ଦୋଳି ଖେଳି ଥାଆନ୍ତି l ଏହି ଅବସରରେ ଢେଙ୍କାନାଳ ବନ ମାଳି ପ୍ରସାଦ ଓ ମଙ୍ଗଳପୁର ଗ୍ରାମ ସହିତ କାମାକ୍ଷ। ନଗର ବ୍ଲକର ସୋଗର ଗ୍ରାମରେ ରଜପର୍ବ ପାଳିତ ହୋଇ ଯାଇଛି। ପ୍ରଥମ ଦିନ ପହିଲି ରଜ ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତିୟ ଦିନ ବସ୍ତୁମତୀ ସ୍ନାନ ପାଳନ କରାଯାଇଥାଏ।