ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ):- ନା ମୋବାଇଲକୁ ଆସିଥିଲା କୌଣସି ଲିଙ୍କ, ନା ଦିଆଯାଇଥିଲା କାହାକୁ ଓ ଟି ପି ।ହେଲେ ହଟାଥ ମେସେଜ ଆସିଲା ଆକାଉଣ୍ଟ ରୁ ୧୦ହଜାର ଟଙ୍କା ହୋଇଛି ଉଠାଣ । ଏ ପରି କି ଟଙ୍କା ଉଠା ହୋଇଛି ଅନ୍ୟ ରାଜ୍ୟରୁ ।ଘଟଣା ଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ।ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୬ ମଧୁସୂଦନ କଲୋନୀରେ ରହୁଥିବା ରଞ୍ଜନ କୁମାର ମିଶ୍ର (୩୪) ଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ କୁ ଗତ ଜାନୁଆରୀ ମାସରେ ତାଙ୍କର ଦରମା ଟଙ୍କା ଆସିଥିବା ବେଳେ ତାଙ୍କ ଆକାଉଣ୍ଟରେ ମୋଟ ୧୬୧୪୦ ଟଙ୍କା ରହିଥିଲା । ସେ ରାଜଗାଙ୍ଗପୁର ସହର ରେ ଥିବା ଏ ଟି ଏମ ରୁ ୬୦୦୦ଟଙ୍କା କାଢି ଥିଲେ । ତାଙ୍କ ଆକାଉଣ୍ଟରେ ୧୦୪୦୦ଟଙ୍କା ବାଲାନ୍ସ ରହିଥିବା ବେଳେ ହଠାତ ତାଙ୍କ ମୋବାଇଲ ରେ ମେସେଜ ଆସିଥିଲା କି ତାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କେହି ଉଠାଇଛନ୍ତି ।ଏହା ଜଣା ପଡିବା ପରେ ରଞ୍ଜନ ନିକଟସ୍ଥ ରାଜଗାଙ୍ଗପୁର ଷ୍ଟେଟ ବ୍ୟାଙ୍କ କୁ ଯାଇ ସମସ୍ତ ବିବରଣୀ ମାଗିଥିଲେ । ହେଲେ ବ୍ୟାଙ୍କ ଆସିଷ୍ଟାଣ୍ଡ ରାଜ୍ୟ ବାହାରେ ବିହାର ରାଜ୍ୟର ଏଟି ଏମ ରୁ କେହି ତାଙ୍କ ଟଙ୍କା ଉଠାଇ ଥିବା କହିବା ସହ ଆମେ ଏ ନେଇ କିଛି କରି ପାରିବୁ ନାହିଁ ତୁମ ସହ ଠକେଇ ହୋଇଛି କହିବା ସହ ତୁମେ ଥାନାରେ ଅଭିଯୋଗ କରିବା ସହ ଶୀଘ୍ର ତୁମ ଆକାଉଣ୍ଟ ବନ୍ଦ କର କହିଥିଲେ ।ଏହା ସହ ରଞ୍ଜନ ରାଜଗାଙ୍ଗପୁର ଥାନା କୁ ମଧ୍ୟ ଏ ନେଇ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ ହେଲେ ସେଠାରେ ଥାନା ଅଧିକାରୀ ନ ଥିବା ଯୋଗୁ ତାଙ୍କର ଅଭିଯୋଗ କେହି ଶୁଣିନଥିଲେ । ଏହା ବ୍ୟତୀତ ସେ ରାଉରକେଲା ରେ ନୂତନ ଭାବରେ ହୋଇଥିବା ସାଇବର ସେଲ କୁ ମଧ୍ୟ ଯାଇଥିଲେ ହେଲେ ସେଠାରେ ତାଙ୍କୁ କୁହାଯାଇଥିଲା ଯେ ଗତ ଜାନୁଆରୀ ୧ ତାରିଖ ରୁ ନିୟମ ହୋଇଯାଇଛି ଏହି ସାଇବର ସେଲ କେବଳ ରାଉରକେଲା ଅଞ୍ଚଳ ପାଇଁ । ସବୁ ସ୍ଥାନରୁ ନିରାଶ ହୋଇ ଶେଷରେ ହନ୍ତସନ୍ତ ହେଉଛନ୍ତି ରଞ୍ଜନ । କେମିତି ଓ କାହିଁକି ତାଙ୍କ ଆକାଉଣ୍ଟ ରୁ ବାହାର ରାଜ୍ୟରୁ ଟଙ୍କା ଉଠାଯାଇଥିବା ବେଳେ ବ୍ୟାଙ୍କ ର ଜାବତୀୟ କାଗଜ ପତ୍ର ତାଙ୍କ ପାଖରେ ରହିଛି ଓ ସେ କାହାକୁ ଦେଇ ନଥିଲେ ମଧ୍ୟ ଟଙ୍କା କଟିବା ତାଙ୍କୁ ଆଚମ୍ବିତ କରିଥିବା ବେଳେ ସେ ହେଉଛନ୍ତି ହନ୍ତସନ୍ତ । ଏ ନେଇ ରଞ୍ଜନ ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି ।