ଟାଙ୍ଗୀ : ବେଆଇନ କରତ କଳ ଜବତ ଏବଂ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କାଠ ଜବତ

ଟାଙ୍ଗୀ:-୧୯/୧୧(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ କୁହୁଡି ଅଞ୍ଚଳର ତରାପି ଗ୍ରାମର ଆମ୍ବ ଜଙ୍ଗଲରେ ଚାଲିଥିଲା ବେଆଇନ କରତକଳ ( ସ-ମିଲ୍ ) । ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନବିଭାଗ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ , ସ- ମିଲ୍ ତଥା କାଠ କଟା ଯନ୍ତ୍ରାଂଶ ଏବଂ ଏକ ଟ୍ରାକ୍ଟର ଜବତ କରିଛି ଟାଙ୍ଗୀ ବନ ବିଭାଗ । ଜବତ କାଠ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

ଟାଙ୍ଗୀ ବନ ବିଭାଗ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସୂଚନା ଅନୁସାରେ କି’ଏ ସେହି ମାଲିକ ? ଯିଏ କି’ ଏହି ବେଆଇନ କରତକଳ କରିଥିଲେ ତାହା ଉପରେ ଖୋଳତାଡ କରୁଛି ଟାଙ୍ଗୀ ବନ ବିଭାଗ ।ଅପରପକ୍ଷରେ ଦୀର୍ଘ ଦିନ ଧରି ଚାଲୁଥିବା ବେନିୟମ କରତ କଳ ର ମାଲିକ କିଏ ବନ ବିଭାଗ ପକ୍ଷରୁ ସୂଚନା ମିଳି ପାରିନାହିଁ।