ମୁକ୍ତା ଯୋଜନା କୁ ରାଜଗାଙ୍ଗପୁର ସହର ପାଇଁ ଅନୁମୋଦନ

ରାଜଗାଙ୍ଗପୁର :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମୁକ୍ତା ଯୋଜନା କୁ ଅନୁମୋଦନ ମିଳିଛି ।ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ପୋୖରାଞ୍ଚଳ ଓ ପୌରପରିଷଦ ର ୱାର୍ଡ ସ୍ତରୀୟ ଭିତ୍ତି ଭୂମି ବିକାଶ ନିମନ୍ତେ ଏହି ପ୍ରକଳ୍ପ ଅନୁ ମୋଦନ କରାଯାଇଥିଲା । ଏହି ଯୋଜନା ଅନୁଯାଇ ରାଜଗାଙ୍ଗପୁର ସହରାଞ୍ଚଳ କୁ ୫୦ଟି ପ୍ରକଳ୍ପ ନିମନ୍ତେ ୨କୋଟି ୮୮ଲକ୍ଷ ଅନୁ ମଦୋନ ହୋଇଛି ।

ଏହି ଅର୍ଥ ରାଶି ଜନସାଧାରଣ ଙ୍କ ଜୀବନ ରକ୍ଷା, ଜୀବିକା ଉପାର୍ଜନ ସୁଯୋଗ ସହ ସହର ରେ ଏହି ପ୍ରକଳ୍ପ ଅନୁଯାଇ ମିନି ପାର୍କ, ଜିମ, ପିଲା ମାନଙ୍କ ଉଦ୍ୟାନ ସହିତ, ଖେଳ ସାମଗ୍ରୀ, ଖେଳ ପଡିଆ, ଶୌଚାଲୟ ଏବଂ ଭେଣ୍ଡିଂ ଜୋନ ଭଳି ଗୁରୁତ୍ୱ ପୂର୍ଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯିବ। ଏ ନେଇ ରାଜଗାଙ୍ଗପୁର ବିଜୁ ଜନତା ଦଳ ଟାଉନ ସଭାପତି ରାଜେନ୍ଦ୍ର ବେହେରା ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ପ୍ରେସ୍ ମିଟ ରେ ସୂଚନା ଦେଇ ଥିବା ଜଣା ପଡ଼ିଛି।