ରାଇରଙ୍ଗପୁର,(ମନୋଜ ଭୋଳଙ୍କ ରିପୋର୍ଟ) ବିଶ୍ୱ ଓଜନ ଦିବସ ଉପଲକ୍ଷେ ଡାଲମିଆ ବିଦ୍ୟାମନ୍ଦିର, ରାଜଗାଙ୍ଗପୁର ପରିସରରେ ଓଜନ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ସାମୁହିକ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଏସପିସିବି) ରାଉରକେଲା ରିଜୋନାଲ ଅଫିସ ଏବଂ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଥିଲା l ଏହି ଅବସରରେ ରାଉରକେଲା ରିଜୋନାଲ ଅଫିସର ପରିବେଶ ଯନ୍ତ୍ରି ଶ୍ରୀମତୀ ବବିତା ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ରାଜଗାଙ୍ଗପୁର କାରଖାନା ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ, ପରିବେଶ ବିଭାଗର ଉପ ମହାପ୍ରବନ୍ଧକ ଶ୍ରୀ ସୁରେଶ କୁମାର ମହାପାତ୍ର ଓ ଡାଲମିଆ ବିଦ୍ୟାମନ୍ଦିର ଅଧକ୍ଷ ଡ୍ର ରାଘବେନ୍ଦ୍ର ଦିବେଦି ଉପସ୍ଥିତଥିଲେ l ଡାଲମିଆ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ଜାତିସଂଘ ଘୋଷିତ ସ୍ଲୋଗାନ “ମଣ୍ଟ୍ରିଲ ପ୍ରୋଟୋକଲ” : ଆମର ଖାଦ୍ୟ ଓ ଟୀକାକୁ ଥଣ୍ଡା ରଖିବା ଉପରେ ଏକ ବାର୍ତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଶ୍ରୀମତୀ ସିଂ ଉପସ୍ଥିତ ଶିକ୍ଷକ ଓ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ସଚେତନତା ମୂଳକ ପଦକ୍ଷେପ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ l ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଥିଲେ ଆମ ସମସ୍ତଙ୍କୁ ନିଜ ନୀତିଦିନିଆ ଜୀବନରେ ଓଜନ ସୁରକ୍ଷା ପ୍ରତି କିଛି ନ କିଛି ପଦକ୍ଷେପ ନେବାକୁ ପଡିବ l ଓଜନ ସୁରକ୍ଷା ଲାଗି ସଚେତନତା ପ୍ରତ୍ୟେକ ବ୍ୟକ୍ତି ତଥା ପ୍ରତି ଘରୁ ଆରମ୍ଭ ହେବା ଆବଶ୍ୟକ l ପରିଶେଷରେ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଡାଲମିଆ ବିଦ୍ୟାମନ୍ଦିର ଶିକ୍ଷକ, ଛାତ୍ର ଛାତ୍ରୀ, ଡାଲମିଆ ସିମେଣ୍ଟ ଜନ ସମ୍ପର୍କ ବିଭାଗର ପ୍ରକାଶ କୁମାର ମହାନ୍ତି, ସତ୍ୟଜିତ ଆଚାର୍ଯ୍ୟ, ପରିବେଶ ବିଭାଗର ଭାବଗ୍ରାହୀ ପlତ୍ର ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ସହଯୋଗ କରିଥିଲେ l