ଯୁବ କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ), ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ଯୁବ କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ ହୋଇଛି | ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନ ଥିବା ବେଳେ ଯୁବ କଂଗ୍ରସ ତଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ ହୋଇଥିଲା | ଏହା ଯୁବ କଂଗ୍ରେସ ର ସୁନ୍ଦର ଗଡ଼ ସଭାପତି ଅଲବଟ କିଣ୍ଡୋ ଙ୍କ ନେତୃତ୍ୱରେ ହୋଇଥିଲା | ଏହି ଅବସର ରେ ଓଡିଶା ଯୁବ କଂଗ୍ରେସ ଜେନେରାଲ ସେକ୍ରେଟାରୀ ତଥା ଯୁବ କଂଗ୍ରେସ ର ସୁନ୍ଦରଗଡ଼ ଜିଲ୍ଲା ପ୍ରଭାରୀ ତ୍ରିଲୋଚନ ପାଣିଗ୍ରାହୀ ମୁଖ୍ୟ ଅତଥି ରୁପେ ଯୋଗ ଦେଇଥିଲେ | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଦେଶରୁ ଯୁବ ସମାଜ ମଧ୍ୟରେ ଥିବା ବେରୋଜଗାରକୁ ସମ୍ପୂର୍ଣ ରୂପେ ଶେଷ କରିବା ସହ ଦେଶରୁ ବେରୋଜଗାର ହଟାଇବା ନେଇ କହିଥିଲେ | ହେଲେ ଦେଶରେ ବେରୋଜଗାର ହଟିବା ତ ଦୂରର କଥା ଦେଶରେ ବର୍ତ୍ତମାନ ବେକାରୀ ଓ ବେରୋଜଗାରୀ ବର୍ତ୍ତମାନ ବଢ଼ିବାରେ ଲାଗିଁଛି | ଏହା ସହ ତାଙ୍କ ପ୍ରତିଶୃତିର ବିପରୀତ ହେଊଥିବା ଦେଖିବାକୁ ମିଳୁଛି |

ଯେମିତିକି ଦେଶରେ ଯୁବା ପିଢ଼ି ବେରୋଜଗାର ହେଉଥିବା ବେଳେ ସେମାନ ଭବିଷ୍ୟତ ଅନ୍ଧକାର ମୟ ହୋଇଥିବା ବେଳେ ଦେଶରେ ଖାଦ୍ୟ ସାମଗ୍ରୀ ଗ୍ୟାସ , ତେଲ ଓ ଅନ୍ୟାନ ଉପରେ ଅହେତୁକ ଦର ବୃଦ୍ଧି ବେକାରୀ ସମସ୍ୟା ଉପରେ ବୋଝ ଉପରେ ନଳିତା ବିଡା ସାଜିଛି | ଗୋଟିଏ ପଟେ ପ୍ରଧାନ ମନ୍ତ୍ରୀଙ୍କ ଯୋଜନାରେ ମାଗଣା ଗ୍ୟାସ ଦିଆଯାଉଥିବା ବେଳେ ଅନ୍ୟ ପଟେ ଗ୍ୟାସ ଦର ର ଦିନକୁ ଦିନ ବୃଦ୍ଧି |ଏଣୁ ଯୁବ କଂଗ୍ରେସ ପକ୍ଷ ରୁ ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଶାସକ ସରକାର ଙ୍କ ଏହି ଅକାମି ଓ ମିଛ ପ୍ରତିଶୃତି କୁ ବିରୋଧ କରି ଯୁବ କଂଗ୍ରେସ ତରଫରୁ ରାଜଗାଙ୍ଗପୁର ସହର ସୁବାଷ ଛକ ନିକଟରେ ରାଷ୍ଟ୍ରୀୟ ବେରୋଜଗାରୀ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସର ରେ ଯୁବ କଂଗ୍ରେସ ତରଫରୁ ଚା ଓ ପକୋଡ଼ି ଷ୍ଟଲ ଲଗାଯିବ ସହ ପ୍ରଧାନ ମନ୍ତ୍ରୀ ଭାଷଣ ରେ କହୁଥିବା ବେରୋଜଗାରୀ ଜଣେ ଚା ଓ ପକୋଡ଼ି ବିକି ଦୂରକରୀ ପାରିବ ଏହାର ପ୍ରତି ଜବାବ ରେ ନିନ୍ଦା କରିଥିଲେ |

ଏହା ସହ ସରକାର ଙ୍କ ମିଥ୍ୟା ପ୍ରତିଶୃତି ଓ ଦେଶରେ ବଢୁଥିବା ବେରୋଜଗାରୀ ସମସ୍ୟା ପାଇଁ ସରକାରଙ୍କୁ ନିନ୍ଦା କରିଥିଲେ | ଏହି ଅବସରରେ ସୁନ୍ଦର ଗଡ଼ ଜିଲ୍ଲା ଯୁବ କଂଗ୍ରସ ପ୍ରଭାରୀ ତ୍ରିଲୋଚନ ପାଣିଗ୍ରାହୀ ବେରୋଜଗାର ଯୁବକ ବର୍ଗଙ୍କୁ ଏହି ଶାସକ ସରକାରଙ୍କ ବିରୋଧ ରେ କଂଗ୍ରେସ ସହ ସ୍ୱର ଉତ୍ତୋଳନ ନେଇ କହିଥିଲେ | ଏହି ଅବସରରେ ସୁନ୍ଦର ଗଡ଼ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଅଲବଟ କିଣ୍ଡୋ ଶାସକ ସରକାର ଙ୍କ ମିଛ ପ୍ରତିଶୃତିର ମୁଖ ଖୋଲିବା ସହ ସେମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୋଧରେ କିପରି ପ୍ରତିବାଦ କରାଯିବ ଓ ସେମାନଙ୍କ ଅସଲ ଚେହେରା ବିଷୟରେ ପ୍ରକାଶ କରୀ ଥିଲେ | ଏହି ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ ଅବସରରେ କଂଗ୍ରେସର ବରିଷ୍ଟ ନେତା ଇଫତକାର ଅହମଦ ,ରାଜଗାଙ୍ଗପୁର ଯୁବ କଂଗ୍ରେସ ଟାଉନ ସଭାପତି ସୁଧାଂଶୁ ସାହୁ ସୁରେନ୍ଦ୍ର ମିଞ୍ଜ ,ଏମ ଡି ଏ ଆଝାରୁଦିନ ଓ ଅନ୍ୟାନ ଯୁବ କଂଗ୍ରସ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ