ଢେଙ୍କାନାଳ : ତା.୧୩/୦୮: ସ୍ଥାନୀୟ ନୂଆଶାସନ ନିବାସୀ ରାଜ୍ୟପୁରସ୍କାର ପ୍ରାପ୍ତ ଶିକ୍ଷାବିତ ସ୍ବର୍ଗତଃ ଗଦାଧର ମିଶ୍ରଙ୍କ ପ୍ରିୟତମା ସହଧର୍ମିଣୀ ଦଧିଚି ସମ୍ମାନ ପ୍ରାପ୍ତ ସମାଜସେବୀ ଶୈଳବାଳା ମିଶ୍ରଙ୍କ ମାତା ରମାଦେବୀଙ୍କର ୯୩ ବର୍ଷ ବୟସରେ ଗତକାଲି ତା.୧୨.୦୮.୨୦୨୧ରିଖ ଗୁରୁବାର ରାତ୍ର ଘ୧୨.୩୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର,ପୁତ୍ରବଧୁ ତିନିକନ୍ୟା,ନାତି, ନାତୁଣୀ,ସମସ୍ତ ଆତ୍ମୀୟ ସ୍ୱଜନ ସପରିବାର,ସାଇ ପଡ଼ିଶା ଉପସ୍ଥିତ ଥିଲେ । ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଆସି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ନିକଟସ୍ଥ ସୁଆଗି ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ସୂର୍ଯ୍ୟ ନାରାୟଣ ମିଶ୍ର ମୁଖାଗ୍ନି ଦେଇଥିଲେ। ସେ ଜଣେ ଧର୍ମପ୍ରାଣା,ସ୍ନେହୀ,ପରୋପକାରୀ ସୁପତ୍ନୀ,ସୁଗୃହିଣୀ, ଥିଲେ।ଉପସ୍ଥିତ ସମସ୍ତେ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ। ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ।