ଢେଙ୍କାନାଳ , ତା ୧୩.୦୮.୨୦୨୧ – ଆଜି ଢେଙ୍କାନାଳ ଜିଲ୍ଲାର ଆରାଧ ଦେବତା କପିଳାସ ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟରେ ନାଗଭରଣ ବେଶ ଅନୁଷ୍ଠିତ ହୋଇଯାଇଛି । ବି ଅନୁଯାୟୀ , ପୂଜାର୍ଚ୍ଚନା ପରେ ଚନ୍ଦ୍ର ଶେଖର ଜୀଉଙ୍କ ନାଗାଭାରଣ ବେଶ ହୋଇଥିଲା । କୋଭିଡ ନିୟମ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଓ ଯୁବରାଜ ଶ୍ରୀ ଅମରଜ୍ୟୋତି ସିଂଦେଓ ପୂଜା ଅର୍ଚ୍ଚନା କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ତଥା ନିର୍ବାହୀ ଅଧୁକାରୀ , ଦେବୋତ୍ତର ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ୭୦ ବର୍ଷ ପୂର୍ବେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟ ଚୋରୀ ହୋଇଯାଇଥିବା ଜଣାଯାଏ । ସେବେଠାରୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ନାଗଭରଣ ବେଶ ରୂପା ମୁକୁଟରେ ଅନୁଷ୍ଠିତ ହେଉଥିଲା । ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନ ଏବଂ ଜିଲ୍ଲା ଦେବୋତ୍ତର ବିଭାଗ ଓ ପୂର୍ବତନ ଉପଜିଲ୍ଲାପାଳ , ସଦର ( ବର୍ଭମାନର ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ଢେଙ୍କାନାଳ ) ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ବରେ ଏହି ପଞ୍ଚବକୁ ସୁନା ମୁକୁଟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ମୁକୁଟଟି ୧ କେ.ଜି. ୯୧୦ ଗ୍ରାମ ସୁନାରେ ନିର୍ମିତ ହୋଇଛି , ଯାହାର ମୂଲ୍ୟ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଅଟେ । ଏହା ମୁଖ୍ୟତଃ ଭକ୍ତମାନଙ୍କ ଦାନ ଅର୍ଥରେ ନିର୍ମିତ ହୋଇଛି । ଏହି ନାଗାଭାରଣ ବେଶ ପୁଷ୍ୟାଭିଷେକ , ଜାଗର , ମକର ସଙ୍କ୍ରାନ୍ତି ଅବସରରେ ଅନୁଷ୍ଠିତ ହେବ । ଏହି ଉତ୍ସବ ଅବସରରେ ମାନ୍ୟବର ରାଜ୍ୟ ଖଣି , ଇସ୍ପାତ , ପୂର୍ଭ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ , ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କ ସମେତ ବିଭାଗୀୟ ଅଧୁକାରୀ , ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।