ଢେଙ୍କାନାଳ,(୦୩।୦୮) ,ଢେଙ୍କାନାଳର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମ ପଂଚାୟତ ର ବେଡ଼ାପଡା ଏବଂ ବାବନ୍ଧ ଉଭୟ ଗ୍ରାମବାସୀ ବୃନ୍ଦ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ହେରଫେର ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଦେଖା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏହା ଉପରେ ମାନ୍ୟବର ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଗ୍ରାମବାସୀ ବୃନ୍ଦ ବାଧ୍ୟ ହୋଇ ହିନ୍ଦୋଳ ବ୍ଲକକୁ ତାଳପକାଇବେ ବୋଲି ଚରମ ବାଣୀ ଦେଇଛନ୍ତି । ବେଡ଼ାପଡା ଏବଂ ବାବନ୍ଧ ଉଭୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମର ସରପଞ୍ଚ ଚଞ୍ଚକତାର ସହ ଧନୀକ ଶ୍ରେଣୀ ବ୍ୟକ୍ତି ତଥା ଦୁଇମହଲା ଥିବା ଲୋକଙ୍କର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁତ କରିବା ସହ ସାଧାରଣ ଖଟିଖିଆ ଗରିବ ମାନଙ୍କ ନାମକୁ ଏହି ତାଲିକାରୁ କଟିଦେଉଛନ୍ତି । ଉକ୍ତ ଗ୍ରାମର ଗ୍ରାମବାସୀ ଗଣ ଏଥି ସମ୍ବନ୍ଧରେ ବ୍ଲକ ଉର୍ଣ୍ଣୟନ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ ଏଥିରେ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଯଥାଶୀଘ୍ର ମାନନୀୟ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏହାର ଉଚିତ ଅନୁସନ୍ଧାନ କଲେ ଗ୍ରାମବାସୀଙ୍କୁ ନ୍ୟାୟ ମିଳିବା ସହ ଯୋଗ୍ୟ ହିତାଧିକାରୀ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଉକ୍ତ ଗ୍ରାମର ଡଲି ସାମଲ, ମାନସୀ ସାମଲ, ସୁକାନ୍ତି ଦେହୁରୀ ଙ୍କ ସମେତ ଅନେକ ମହିଳା ଦାବିପତ୍ର ପ୍ରଦାନ କରିଛନ୍ତି ।